Home କେନ୍ଦ୍ରାପଡ଼ା ପୋଇପାଟ ଗୋଶାଳାରେ ଗୋପୂଜନ ଅନୁଷ୍ଠିତ

ପୋଇପାଟ ଗୋଶାଳାରେ ଗୋପୂଜନ ଅନୁଷ୍ଠିତ

106

କେନ୍ଦ୍ରାପଡା ୩/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୋଇପାଟ ଗ୍ରାମରେ ଏ-ପି-ଓ-ଡ୍ୱଲୁ-ଏ-ଦ୍ୱାରା ନିର୍ମିତ ଗୋଶାଳାରେ ଓଡିଶାର ମୁଖ୍ୟ ପର୍ବ ଗୋପୂଜନ ଶ୍ରୀବଳଦେବଜୀଉଙ୍କ ଜନ୍ମଦିନ ଓ ରକ୍ଷାବନ୍ଧନ ଉତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇସ୍ଥିତ ରାଧାରମଣ ମଠର ମଠାଧୀଶ ଅସୀମାନନ୍ଦ ଦାସ ମହାରାଜ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା ଓ ଏ-ପି-ଓ-ଡ୍ୱଲୁ-ଏ-ର ଅଧ୍ୟକ୍ଷ ବିଜୟ କବି, ତ୍ରିଲୋଚନ ପାତ୍ର, ଦିବାକର ପ୍ରଧାନଙ୍କ ସମେତ ଏ-ପି-ଓ-ଡ୍ୱଲୁ-ଏ-ର ସମସ୍ତ କର୍ମକର୍ତ୍ତାମାନେ ଯୋଗଦେଇ ବିଧି ଅନୁଯାଇ ଗୋମାତାମାନଙ୍କୁ ସିନ୍ଦୁର, ଫୁଲହାର ପ୍ରଦାନ ପୂର୍ବକ ରାକ୍ଷୀବାନ୍ଧୀ ପୂଜା କରିଥିଲେ। ଗୋମାତାମାନଙ୍କୁ ପିଠା, ମିଠା ଓ କଦଳି ସମେତ ଦୈନନ୍ଦିନ ଖାଦ୍ୟ ଯଥା ପିଡୁଆ, ଘାସ ପ୍ରଭୃତି ଖୁଆଇଥିଲେ। ଏ-ପି-ଓ-ଡ୍ୱଲୁ-ଏ- ପକ୍ଷରୁ ପ୍ରାୟ ୨୦୧୨ ମସିହାରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ରାସ୍ତାକଡରେ ଆହତ ହୋଇ ଗୋଡ ନଷ୍ଟ ହୋଇଥିବା ଗାଈ, ମଣିଷ ଦ୍ୱାରା ସମୟେ ସମୟେ ଶୀକାର ହୋଇ କ୍ଷତିଗ୍ରସ୍ତ ହୋଇଥିବା ୧୮ଗୋଟି ଗାଈ, ବଳଦ ଓ ଷଣ୍ଢଙ୍କୁ ପ୍ରଭୃତିଙ୍କୁ ପୋଇପାଟ ଠାରେ ନିର୍ମିତ ଗୋଶାଳାରେ ରଖାଯାଇ ସେବା ଯୋଗାଇ ଦିଆଯାଉଛି। ଏହାସହିତ ବିଭିନ୍ନ ସ୍ଥାନରେ ପହଁଚି ଗୋମାତାଙ୍କୁ ସେବା ଯୋଗାଇ ଦେଉଛନ୍ତି ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟାମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.