Home ଜିଲ୍ଲା ପରିକ୍ରମା ୮ମାସ ଧରି ଫେରାର ଥିବା ଦୁଷ୍କର୍ମ ଅଭିଯୁକ୍ତ ଭଣ୍ଡାରିପୋଖରୀରୁ ଗିରଫ

୮ମାସ ଧରି ଫେରାର ଥିବା ଦୁଷ୍କର୍ମ ଅଭିଯୁକ୍ତ ଭଣ୍ଡାରିପୋଖରୀରୁ ଗିରଫ

64

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ଦୁଷ୍କର୍ମ ଘଟଣାର ଫେରାର ଅଭିଯୁକ୍ତକୁ ଗ୍ରାମାଞ୍ଚଳ ଥାନା ପୁଲିସ୍ ଆଜି ଦୀର୍ଘ ୮ ମାସ ପରେ କୌଶଳ କ୍ରମେ ଗିରଫ କରିବାରେ ସକ୍ଷମ ହୋଇଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଏହି ଥାନା ଅଧୀନସ୍ଥ କଲେଇ ପଂଚାୟତ ଚୁନିଦା ଗ୍ରାମର ବିଜୟ କୁମାର ଯେନା (୨୫) ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗତ ୨୦୨୦ ଅଗଷ୍ଟ ମାସରେ ବଳାତ୍କାର କରି ଫେରାର ହୋଇଯାଇଥିଲା । ଏହି ଘଟଣାରେ ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୬୦୨/୨୦ ମୂଳେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ଉପରେ ନଜର ରଖାଯାଇଥିଲା । ତେବେ ଇତିମଧ୍ୟରେ ଅଭିଯୁକ୍ତ ବିଜୟ ହାଇଦ୍ରାବାଦରେ ଥିବା ବିଷୟ ତାର ଫୋନ୍ ଟ୍ରାକିଂ କରି ଜଣାପଡିଥିଲା । ଗତ କିଛିଦିନ ହେବ ସେ ନିଜ ଗ୍ରାମକୁ ଆସିଥିବା ବିଷୟ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଖବର ପାଇବା ପରେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ କୁମାର ଜେନାଙ୍କୁ ଅବଗତ କରାଇଥିଲେ । ଫଳରେ ଥାନାଧିକାରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଗୁଜିଦରଫା ଫାଣ୍ଡି ଅଧିକାରୀ ଶାନ୍ତନୁ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ବିଜୟ ଉପରେ ନଜର ରଖି ଆଜି ସେ ଭଦ୍ରକରୁ ଭୁବନେଶ୍ୱର ଯାଉଥିବା ଅନନ୍ୟା ନାମକ ଏକ ଘରୋଇ ବସ୍‌ରେ ଯାତ୍ରା କରୁଥିବାବେଳେ ଶାନ୍ତନୁ କୁମାର ଜେନା ସଦଳବଳେ ୧୬ନଂ ଜାତୀୟ ରାଜପଥରେ ଭଣ୍ଡାରିପୋଖରୀ ଛକରୁ ତାକୁ ବସ୍ ଅଟକାଇ ଗିରଫ କରିବାରେ ସକ୍ଷମ ହୋଇଥିଲେ । ବିଜୟକୁ ଆସନ୍ତାକାଲି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.