Home ଜିଲ୍ଲା ପରିକ୍ରମା ଭଦ୍ରକରେ ଘୂର୍ଣ୍ଣିଝଡ : ଉଡିଗଲା ବହୁ ହୋଡିଂ

ଭଦ୍ରକରେ ଘୂର୍ଣ୍ଣିଝଡ : ଉଡିଗଲା ବହୁ ହୋଡିଂ

71

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ସପ୍ତାହେ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ପରେ ଆଜି ସନ୍ଧ୍ୟାରେ ଭଦ୍ରକରେ କିଛି ସମୟ ପାଇଁ ପ୍ରବଳ ଘୂର୍ଣ୍ଣିଝଡ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବରେ ସାଧାରଣ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା । ଏହି ଘୂର୍ଣ୍ଣିଝଡ ଫଳରେ ରାସ୍ତାଘାଟ ଧୂଳିମୟ ହୋଇପଡିଥିବାବେଳେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଦୋକାନ ଓ ରାସ୍ତାପାଶ୍ୱର୍ରେ ଲଗାଯାଇଥିବା ହୋଡିଂଗୁଡିକ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା । ଅନେକ ସାଧାରଣ ଯାତ୍ରୀ ଏହି ଘୂର୍ଣ୍ଣିଝଡ ପ୍ରଭାବରେ କିଛି ସମୟ ପାଇଁ ଆତଙ୍କିତ ହୋଇପଡିଥିବାବେଳେ ରାସ୍ତାପାଶ୍ୱର୍ରେ ପଲିଥିନ୍ ଓ ଜରି ଟାଙ୍ଗି ବ୍ୟବସାୟ କରୁଥିବା ଦୋକାନ ଗୁଡିକ ଛିନ୍‌ଛତର ହୋଇଯିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିସହ ବିଦ୍ୟୁତ୍ ସରବରାହ ଛିନ୍ନ ହେବାରୁ ୨/୩ ଘଣ୍ଟା ଧରି ସହର ଅନ୍ଧକାରମୟ ହୋଇପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.