Home ଜିଲ୍ଲା ପରିକ୍ରମା ୭ ଲକ୍ଷ ଟଙ୍କାର ୭୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ୨ ଗିରଫ

୭ ଲକ୍ଷ ଟଙ୍କାର ୭୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ୨ ଗିରଫ

25

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ରାତ୍ରୀକାଳୀନ ପାଟ୍ରୋଲିଂ କରାଯାଉଥିବା ସମୟରେ ଏକ ସ୍କୁଟିରୁ ୭୦ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଅବକାରୀ ଅଧୀକ୍ଷକ ଶ୍ରୀ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପନିରୀକ୍ଷକ ରବି ବେହେରାଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ନରିପୁର ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିବା ସମୟେ ଏକ ଫ୍ୟାସିନୋ (ଓଡି-୨୨ଏସ-୦୫୩୭) ନମ୍ବରର ସ୍କୁଟିରୁ ୭୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସଂପୃକ୍ତ ନରିପୁର ଗ୍ରାମର ଗୀତାରାଣୀ ବେହେରା ଓ ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏସଆଇ ସନ୍ଦୀପ ପାଢୀ, ଏଏସଆଇ ପ୍ରହଲ୍ଲାଦ ସାମଲ, ଦୀପକ କୁମାର ରାଉତ ଓ ରଶ୍ମିରେଖା ଜେନା, କନେଷ୍ଟବଳ ସୁଭାଶିଷ ରାଉତ, ମିଥୁନ ଜେନା, ଅଜୟ କୁମାର ଦାସ, ବିଭୁ ପ୍ରସାଦ ମଲ୍ଲିକ ପ୍ରମୁଖ ସାମିଲ ଥିଲେ । ଏଥିନେଇ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ କେଶ୍ ନଂ ୨୩୫/୨୩-୨୪ ମୂଳେ ଏକ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.