Home ଜିଲ୍ଲା ପରିକ୍ରମା ପ୍ରେସ୍ କ୍ଲବ୍ ଗୃହ ପାଇଁ ଜମିଦେବାକୁ ବନ୍ତ ତହସିଲଦାରଙ୍କୁ ଆବେଦନ

ପ୍ରେସ୍ କ୍ଲବ୍ ଗୃହ ପାଇଁ ଜମିଦେବାକୁ ବନ୍ତ ତହସିଲଦାରଙ୍କୁ ଆବେଦନ

28

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଏହି ଜିଲାର ବନ୍ତରେ ଏକ ପ୍ରେସ୍ କ୍ଲବ୍ ଗୃହ ନିର୍ମାଣ ପାଇଁ ଜମି ଯୋଗାଇଦେବାକୁ “ବନ୍ତ ପ୍ରେସ୍ କ୍ଲବ୍‌” ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଆବେଦନ କରାଯାଇଛି । ପ୍ରେସ୍ କ୍ଲବ୍‌ର ସଭାପତି ପତଞ୍ଜଳି କରଶର୍ମାଙ୍କ ନେତୃତ୍ୱରେ କ୍ଲବ୍‌ର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଆଜି ତହସିଲଦାର ଅଙ୍କିତା ବାରିକଙ୍କୁ ଭେଟି ସାମ୍ବାଦିକମାନଙ୍କ ପାଇଁ କ୍ଲବ୍ ଗୃହଟିଏ ଅତ୍ୟନ୍ତ ଆବଶ୍ୟକୀୟ ବୋଲି ଦର୍ଶାଇବା ସହ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବାକୁ ତାଙ୍କୁ ଅନୁରୋଧ କରିଛନ୍ତି । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ କ୍ଲବ୍ ଗୃହ ନିର୍ମାଣ ପାଇଁ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆଜି କ୍ଲବ୍ ପକ୍ଷରୁ ତହସିଲଦାରଙ୍କୁ ଏକ ଜମି ପାଇଁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ବନ୍ତ ପ୍ରେସ୍ କ୍ଲବ୍‌ଟି ଗତ ୨୩ ବର୍ଷ ହେବ କାର୍ଯ୍ୟ କରିଆସୁଛି । ଏଠାକାର ବିକାଶ ଓ ଗଠନ ମୂଳକ କାର୍ଯ୍ୟରେ ସ୍ଥାନୀୟ ସାମ୍ବାଦିକମାନେ ନିରନ୍ତର କାର୍ଯ୍ୟ କରିଥିଲେ ମଧ୍ୟ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ କୌଣସି ଏକ ବୈଠକ ବା ଆଲୋଚନା କରିବା ପାଇଁ ପ୍ରକୃଷ୍ଠ ସ୍ଥାନଟିଏ ପାଇପାରୁନଥିବା ନେଇ ତହସିଲଦାରଙ୍କୁ କ୍ଲବ୍‌ର ସଭାପତି ଶ୍ରୀ କରଶର୍ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.