Home କେନ୍ଦୁଝର ୭୨ଘଣ୍ଟା ବିତିଲା, ନିଖୋଜ ଶିଶୁପୁତ୍ରର ସନ୍ଧାନ ମିଳୁନି

୭୨ଘଣ୍ଟା ବିତିଲା, ନିଖୋଜ ଶିଶୁପୁତ୍ରର ସନ୍ଧାନ ମିଳୁନି

47

ହାଟଡ଼ିହି, ୨୫ । ୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ରଗୁଡିଆ ଖଣିବଜାର ସାହିରୁ ନିଖୋଜ ଥିବା ୭ବର୍ଷର ଶିଶୁପୁତ୍ର ଦିବାକର ପୁର୍ତ୍ତୀର କୌଣସି ସନ୍ଧାନ ମିଳିପାରି ନାହିଁ । ଗତକାଲି ଲଙ୍କାକାଣ୍ଡ ପରେ ପରିବାର ଲୋକେ ସୋସୋ ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଖୋଜାଖେଜି ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଧା କୌଣସି ଖବର ମିଳିନଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ସ୍ୱର୍ଗତ ବିଜୟ ପୁତ୍ତୀର ଦୁଇଟି ପୁଅ ôତବାବେଳେ ବାପା ମରିଯିବାପରେ ମା କେଉଁଆଡେ ପଳାଇଯାଇଥିଲା । ଫଳରେ ଏବେ ଦୁଇ ଶିଶୁପୁତ୍ର ନିଜ କକା ଓ ଖୁଡି ପାଖରେ ରହି ଆସୁଥିଲେ । କକା ଅସୁସ୍ଥ ହୋଇ ଘରେ ପଡିଥିବା ବେଳେ ଖୁଡି ଯାହା କିଛି ବେପାର କରି ଘର ଚଳାଇଥାଏ । ଗତ ବୁଧବାର ଦିନ ସକାଳେ ପୁତୁରାକୁ ଖାଇବାକୁ ଦେଇ ଖୁଡି ସୁନାମଣୀ ନିଜ ବେପାରରେ ବଜାରକୁ ଚାଲି ଯାଇଥିଲା । ୪ଟାପରେ ସେ ଘରକୁ ଫେରିବାପରେ ପୁତୁରାକୁ ଖୋଜାଖୋଜି କରିଥିଲେବି ପାଇ ନଥିଲା । କାଳେ ପାଖ ଘରେ ରହିଯାଇଥିବ ଏନେଇ ସେ ଏହାକୁ ଗୁରୁତ୍ୱ ଦେଇ ନଥିଲେ । କିନ୍ତୁ ତା ପରଦିନ ସକାଳୁ ସାଇକେଲ ଧରି ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେବି ତାର ସନ୍ଧାନ ପାଇ ନଥିଲା । ଅପରାହ୍ନରେ କିଛି ଲୋକ ତାଙ୍କ ପୁଅ ବିଦ୍ୟାଧରପୁର ଇଂରାଜି ମାଧମ ସ୍କୁଲର ଉପର ମହଲାରେ ଥାଇ ହାତ ହଲାଉଥିଲା ବୋଲି ସୁଚନା ଦେବାପରେ ପରିବାର ଲୋକେ କିଛି ଗାଁ ଲୋକଙ୍କୁ ସାଙ୍ଗରେଧରି ସ୍କୁଲରେ ପହଞ୍ଚିଥିଲେ । ସେମାନେ ସ୍କୁଲର ପ୍ରିନସପାଲଙ୍କୁ ଜଣାଇଲେ ମଧ୍ୟ ସେ ଆସି ନଥିଲେ । ଫଳରେ ଲୋକମାନେ ଉତ୍ତ୍ୟେକ୍ତ ହୋଇ ସ୍କୁଲର ସେହି ରୁମର ଚାବପିଙାଙ୍ଗିବାପରେ ଉକ୍ତ ବାଳକର ବିନ୍ଧା ସାର୍ଟଟି ସେଠାରେ ପଡିଥିବା ଦେଖିବାକୁ ପାଇବାପରେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ନିକଟରେ ହେଉଥିବା କେନାଲ କାମରେ ଏହି ନା ବାଳକକୁ ବଳି ଦିଆଯାଇଥିବାନେଇ ଗାଁ ଲୋକମାନେ ସନ୍ଦେହକରି ସ୍କୁଲରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ନିକଟରେ ଥିବା ଏଆରଏସଏସ କମ୍ପାନୀର ଗୋଟିଏ ଜେସିବି ମେସିନି ଓ ଆଉ ଗୋଟିଏ ରୋଲରେ ନିଆଁ ଲଗାଇ ଦେଇଥିଲେ । ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେବି ଏତେ ସଂଖ୍ୟକ ଲୋକ ଓ ସେମାନଙ୍କ ଉଗ୍ରରୁପ ଦେଖି ନିରବ ରହିବାକୁ ବାଧ୍ୟ ହୋଇଥିଲା । ପରେ ବିଳମ୍ବିତ ରାତିରେ ପରିବାର ଲୋକେ ଥାନାକୁ ଯାଇ ଅଭିଯୋଗ କରିଥିଲେ । ସେଠାରେ କାମ କରୁôତବା କମ୍ପାନୀର ଲୋକମାନେ ମଧ୍ୟ କିଏ କେଉଁଆଡେ ଦୌଡି ପଳାଇଛନ୍ତି । ଆଜି ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିବା ଆଇଆଇସି ଉପେନ୍ଦ୍ର ନାଥ ଦାଶ ସୁଚନା ଦେଇଛନ୍ତି । ପୁଲିସ ଆମକୁ ତିନିଦିନ ସମୟ ଦେଇଛି ଯଦି ସେହି ସମୟ ଭିତରେ ଆମ ପୁଅକୁ ଖୋଜି ବାହାର ନକରେ ତେବେ ଆମେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସୁନାମଣୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.