Home କେନ୍ଦୁଝର ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି

ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି

73

ହାଟଡ଼ିହି, ୨୫ । ୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ହୋଇଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ପାଇଁ ଆସନ୍ତା କାଲି ସକାଳ ୮ଟା ଠାରୁ ଗଣତି ଆରମ୍ଭ କରାଯିବ । ହାଟଡିହି କଲେଜ ପରିସରରେ ଷ୍ଟ୍ରଙ୍ଗରୁମ କରାଯାଇ ସେହିଠାରେ ଗଣତି କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ ସିସି ଟିଭି କ୍ୟାମେରା ଲଗାଯିବା ସହିତ ବାହାରେ ଡିସପ୍ଲେ ବୋର୍ଡ ଲଗାଯାଇ ସାର୍ବଜନିନ କରାଯାଇଛି । ବାହାରେ ରହିଥିବା ଲୋକମାନେ ଯେପରି ସମସ୍ତ ତଥ୍ୟ ପାଇପାରିବେ ସେନେଇ ଡାକବାଜି ଯନ୍ତ୍ର ଯୋଗେ ସୁଚନା ଜଣାଇ ଦିଆଯିବାର ବ୍ୟବସ୍ଥା କରାଯାିଛି ବୋଲି ବିଡିଓ ବିନିତା ବିଜୟନୀ ସୁଚନା ଦେଇଛନ୍ତି । ପ୍ରଥମେ ୱାର୍ଡସଭ୍ୟ, ପରେ ସରପଞ୍ଚ, ସମିତିସଭ୍ୟ ଓ ଶେଷରେ ଜିଲ୍ଲାପରିଷଦ ଭୋଟ ଗଣତି କରାଯିବ । ସେହିପରି ଭିତରେ ଶାନ୍ତି ଶୃଙ୍ଖଳାର ସହ ଗଣତି କାର୍ଯ୍ୟକ୍ରମ ସମାପ୍ତ କରିବା ପାଇଁ ୩ଫ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯିବ ବୋଲି ନନ୍ଦିପଦା ଥାନା ଆଇ.ଆଇ.ସି ଗଗନ ବିଶ୍ୱାଳ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.