Home ଜିଲ୍ଲା ପରିକ୍ରମା ୭ମ ଓଡ଼ିଶା ବାଟାଲିଆନ୍ ଏନସିସି ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ

୭ମ ଓଡ଼ିଶା ବାଟାଲିଆନ୍ ଏନସିସି ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ

23

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୁନ ୨୧ ତାରିଖ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସପ୍ତମ ଓଡ଼ିଶା ବାଟାଲିଅନ ଏନ.ସି.ସି ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ୧୧ ଟି କଲେଜ ଓ ୨୦ଟି ହାଇସ୍କୁଲର ପ୍ର୍ରାୟ ୧ ହଜାରୁ ଅଧିକ ଏନ.ସି.ସି. କେଡ଼େଟ୍ସ ଭାଗ ନେଇ ଯୋଗ ପ୍ରଦର୍ଶନ କରିବା ସହ ଯୋଗ ଶିକ୍ଷା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସପ୍ତମ ଓଡ଼ିଶା ବାଟାଲିଅନର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ କେ. ଶାନ୍ତା ସିଂ ଉଦ୍‌ଘାଟନ କରି ବିଶ୍ୱ ଯୋଗ ଦିବସର ଉଦ୍ଦେଶ୍ୟ ଓ ମହତ୍ତ୍ୱ ବିଷୟରେ ଧାରଣା ଦେଇଥିଲେ। ଏହାପରେ ରବିନାରାୟଣ ପଣ୍ଡାଙ୍କ ପରିଚାଳନାରେ ଯୋଗ ଶିକ୍ଷକ ଶଶାଙ୍କ ଶେଖର ସାମଲ ଓ ଯୋଗ ପ୍ରଶିକ୍ଷକ ସୁରେନ୍ଦ୍ର ଦାସ କେଡ଼େଟ୍ସ ମାନଙ୍କୁ ଯୋଗ ଶିକ୍ଷା ସହ ଭିନ୍ନ ଭିନ୍ନ ଯୋଗର ଉପକାରିତା ସମ୍ୱନ୍ଧରେ ଧାରଣା ଦେଇଥିଲେ। ଉକ୍ତ ଯୋଗ କାଯ୍ୟକ୍ରମକୁ ଏନ.ସି.ସି. ଅଫିସର ଡା. ପରେଶ ଦାସ, ଡ. ବିଦ୍ୟୁତ ଦାସ, ଏମ ଏ ଖାନ, ଶଶୀଶେଖର କରଶର୍ମା, କମାଲ ଉଦ୍ଦିନ ଆଲାମ, ଶଚିକାନ୍ତ ପଣ୍ଡା, ସୀତାକାନ୍ତ ନାୟକ, ଖଗେଶ୍ୱର ରାଉତ ଓ ଅଫିସର ଦୁର୍ଗା ଶଙ୍କର ଦାସ ପରିଚାଳନା କରିଥିବା ବେଳେ ୮ ଜଣ ଜେସିଓ ଓ ୧୨ ଜଣ ଏନ୍ସିଓ ଯୋଗ ଦେଇଥିଲେ। ଶେଷରେ ଲେଫ୍ଟନାଟ ଉଦୟ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.