Home ଜିଲ୍ଲା ପରିକ୍ରମା ୭ମ ଆୟୁର୍ବେଦ ଦିବସ ପାଳନ ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବଦ୍ୟାଳୟ

୭ମ ଆୟୁର୍ବେଦ ଦିବସ ପାଳନ ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବଦ୍ୟାଳୟ

23

ପୁରୀ ୨୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆନୁକୁଲ୍ୟରେ ସ୍ନାତକୋତ୍ତର ଶଲ୍ୟତନ୍ତ୍ର ବିଭାଗ ଦ୍ଵାରା ପୁରୀ ସମୁଦ୍ର କୂଳ ସ୍ଥିତ ବାଲି ନୋଳିଆ ସାହିରେ ମାଗଣା (ମଳ ଦ୍ଵାର ରୋଗ) ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା। ଗୋପବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର (ଡା:) ସୁଦର୍ଶନ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ବାସ୍ଥ୍ୟ ଶିବିରର ଉଦ୍ଘାଟନ କରିଥିଲେ। ସ୍ବାସ୍ଥ୍ୟ ଶିବିରରେ ଶଲ୍ୟତନ୍ତ୍ର ବିଭାଗର ପ୍ରଫେସର, ଆସୋସିଏଟ ପ୍ରଫେସର୍ ଓ ଆସିଷ୍ଟାଣ୍ଟ ପ୍ରଫେସରମାନଙ୍କ ଦ୍ଵାରା ଶତାଧିକ ରୋଗୀଙ୍କର ରୋଗ ନିରୂପଣ ଓ ଚିକିତ୍ସା ସହ ଲୋକମାନଙ୍କୁ ମଳଦ୍ୱାର ରୋଗ ସମ୍ବଦ୍ଧରେ ସଚେତନ କରାଯାଇଥିଲା। ଏଥିରେ ପ୍ରଫେସର୍ (ଡ଼ା:) ରଞ୍ଜନ କୁମାର କାସ୍ତ, (ଡ଼ା:) ଶିବ ପ୍ରସାଦ ମିଶ୍ର, (ଡ଼ା:) ତପାନ କୁମାର ନାୟକ, (ଡ଼ା:) ସନ୍ଧ୍ୟା ରାଣୀ ବେହେରା, ପି.ଜି ଡାକ୍ତର ଓ ହାଉସ୍ ସର୍ଜନ ଡାକ୍ତର ପ୍ରମୁଖ ଯୋଗ ଦେଇ ସ୍ବାସ୍ଥ୍ୟ ଶିବିରକୁ ସୂଚାରୁ ରୂପେ ସଂପାଦନ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସୂଚାରୁ ରୁପେ ସ୍ବାସ୍ଥ୍ୟ ଶିବିର ସଂପାଦନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.