Home ଓଡ଼ିଶା ସୂର୍ଯ୍ୟପରାଗ ପାଇଁ ଶ୍ରୀ ମନ୍ଦିରର ସ୍ଵତନ୍ତ୍ର ନୀତି କାନ୍ତି ଚୂଡାନ୍ତ

ସୂର୍ଯ୍ୟପରାଗ ପାଇଁ ଶ୍ରୀ ମନ୍ଦିରର ସ୍ଵତନ୍ତ୍ର ନୀତି କାନ୍ତି ଚୂଡାନ୍ତ

89

ପୁରୀ, ୨୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସୂର୍ଯ୍ୟପରାଗ ପାଇଁ ଶ୍ରୀ ମନ୍ଦିରର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ୨୫ ତାରିଖର ନୀତିକାନ୍ତି ପୂର୍ବଦିନ ରାତିରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁଯାୟୀ ଅଭଡ଼ା ରୋଷେଇ ବି ରାତିରୁ ହେବ। ଭୋର୍ ୪:୫୫ ସୁଦ୍ଧା ମହାପ୍ରସାଦ ରନ୍ଧା ଶେଷ ହେବ। ୨୪ ତାରିଖରେ ବଡ଼ବଡ଼ିଆ ଡାକିବା ପାଇଁ ଗତକାଲି ବୈଠକରେ ସ୍ଥାନ ଚିହ୍ନଟ କରାଯାଇଛି। କାକୁଡ଼ିଖାଇ ମନ୍ଦିର ଓ ମଙ୍ଗୁ ମଠ ଭିତରେ ୫ଟି ସ୍ଥାନ ନିରୁପଣ ହୋଇଛି। ଅଧିକାରୀଙ୍କ ମିଳିତ ଟିମ୍ ପରିଦର୍ଶନ ପରେ ସ୍ଥାନ ନିରୁପଣ ହୋଇଛି ବୋଲି ଉପଜିଲ୍ଲପାଳ ଭୋବ ତରଣ ସାହୁ ପ୍ରକାଶ କରିଛନ୍ତି। ୨୫ ତାରିଖରେ ସୂର୍ଯ୍ୟ ପରାଗ ରହିଛି ସେ ଦୃଷ୍ଟିରୁ ପୂର୍ବଦିନ ରାତିରୁ ଦୁଆର ଫିଟା ପରେ ମହାପ୍ରସାଦ ପ୍ରସ୍ତୁତି ଆରମ୍ଭ ହେବ। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ସରିବା ପରେ ଦ୍ୱିତୀୟ ଭୋଗ ମଣ୍ଡପ ଆରମ୍ଭ ହେବ ବୋଲି ଶ୍ରୀ ମହାସୁଆର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.