Home ଜିଲ୍ଲା ପରିକ୍ରମା ୭ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ

୭ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ

106

ମାଲକାନଗିରି, ୨୦ା୧୦(ଓଡିଆ ପୁଅ ) ମାଲକାନଗିରି ବ୍ଲକସ୍ଥ ଏମଭି୭ ଗ୍ରାମରୁ ଏକ ୭ ଫୁଟ ଲମ୍ବର ଅଜଗର ସାପକୁ ସ୍ନେକ ହେଲ୍ପଲାଇନ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗିରହିଥିବାରୁ ସୋମବାର ରାତ୍ରରେ ନିକଟସ୍ଥ ଜଙ୍ଗଲରୁ ଏକ ୭ଫୁଟ ଲମ୍ବର ଅଜଗର ସାପ ଖାଦ୍ୟ ଅନ୍ୱେଷଣରେ ଆସି ଏମଭି୭ ଗ୍ରାମର ଅଶୋକ ମଣ୍ଡଳ ଙ୍କ ଘର ଭିତରକୁ ପସି ଯାଇଥିଲା । ସାପଟିକୁ ଦେଖି ପରିବାର ଲୋକମାନେ ଚିିତ୍କାର କରି ଭୟରେ ଧାଁ ଦୌଡ କରିଥିଲେ । ଗ୍ରାମର ଜଣେ ଯୁବକ ସ୍ନେକହେଲ୍ପ ଲାଇନକୁ ଫୋନ କରିବାରୁ ସ୍ନେକହେଲ୍ପ ଲାଇଅନର ସଦସ୍ୟ ସ୍ନେହାଶିଷ ନାୟକ ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଁଚି ଅଜଗର ସାପଟିକୁ ଘରୁ ଉଦ୍ଧାରକରଥିଲେ । ସେହି ସାପଟି ୭ଫୁଟ ଲମ୍ବ ଓ ୧୦କେଜି ଓଜନ ହୋଇଥିଲା ,ଆଜି ସକାଳେ ବନବିଭାଗ କର୍ମଚାରୀ ଙ୍କ ସହାୟତାରେ ନିକଟସ୍ଥ ଗୋଇ ପବ ର୍ତ ରେ ଉଦ୍ଧାର ସାପଟିକୁ ଛାଡିଦିଆ ଯାଇଛି । ସୁଚନା ଥାଉକି ଏକଦା ସବୁଜ ବନାନୀ ଘଚଂ ବଣଜଙ୍ଗଲରେ ଭରପୁର ମାଲକାନଗିରି ଜିଲ୍ଲା ଏବେ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଗଲାଣି , ଜମି ମାଫିଆ ମାନେ ଜଙ୍ଗଲ ପାହଡ ସଫାକରି ଜମିଗୁଡିକୁ ବିକ୍ରିକରୁଥିବାରୁ ସେଠାରେ ବଡ ବଡ କୋଠାବାଡି ହୋଇ ଜଙ୍ଗଲ ଲୋପପାଉଥିବାରୁ ଜଙ୍ଗଲରେ ରହୁଥିବା ସରିସୃପ, ପଶୁ ପ କ୍ଷୀ ମାନେ ଜଙ୍ଗଲ ଛାଡି ଏବେ ସହର ମୁହାଁ ହେବାକୁ ଲାଗିଲେଣି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.