Home ଜିଲ୍ଲା ପରିକ୍ରମା ୨୦ହଜାର ଟଙ୍କା ଲାଚଂନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରାଗିରଫ ହେଲେ ହସପିଟାଲ ବିପିଏମ

୨୦ହଜାର ଟଙ୍କା ଲାଚଂନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରାଗିରଫ ହେଲେ ହସପିଟାଲ ବିପିଏମ

65

ମାଲକାନଗିରି, ୨୦ା୧୦(ଓଡିଆ ପୁଅ ) ହସପିଟାଲରେ ଲାଗଯାଇଥିବା ଭଡାଗାଡିର ବିଲ କରିବା ପାଇଁ ଗାଡି ମାଲିକଙ୍କ ଠାରୁ ୨୦ହଜାର ଟଙ୍କା ଲାଚଂ ନେଉଥିବା ବେଳେ ପଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଙ୍କୁ ଭିଜିଲାନ୍ସ ରେଡ ହ୍ୟାଣ୍ଡରେ ଧରିଛନ୍ତି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପଡିଆ ଗ୍ରାମର ରାକେଶ ଚନ୍ଦ୍ର ଦାସ ଙ୍କ ବଲେରୋ ଗାଡି ଭଡାରେ ଲଗିଥିଲା ,ଭଡା ବାବଦକୁ ବିଲକରିବା ପାଇଁ ରାକେଶଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ ଶ୍ରୀମନ୍ତ ଅତିବୁଦ୍ଧି ୨୦ହଜାର ଟଙ୍କା ଲାଚଂ ମାଗିଥିଲେ । ଗାଡି ମାଲିକ ଏ ସଂପର୍କରେ ମାଲକାନଗିରି ଭିଜିଲାନ୍ସ ଡିଏସପି ଙ୍କୁ ଜଣାଇଥିଲେ । ଆଜି ସକାଳେ ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ ଙ୍କ ନେତୃତ୍ୱରେ ଜୟପୁର ଭିଜିଲାନ୍ସ ଇନିସପେକ୍ଟର ଶିବରାମ ସାହୁ,ପ୍ରମିଳା ସୁନା ପ୍ରମୁଖ ବିଜିଲାନ୍ସ ଟିମ ପଡିଆ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ସାଧାପୋଷାକ ରେ ଲୁଚିରହିଥିଲେ,ରାକେଶ ବିପିଏମ ଶ୍ରୀମନ୍ତ ଙ୍କୁ ୨୦ହଜାର ଟଙ୍କା ଲାଚଂ ଦେଉଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରି ଗିରଫ କରିଥିଲେ । ସୁମନ୍ତଙ୍କୁ ମାଲକାନଗିରି ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣା ଯାଇ ଅଧିକ ପଚରା ଉଚରା କରାଯିବା ସହ ଏହି ଲାଚଂ କାର ବାରରେ ଆଉକିଏ ଅଛନ୍ତି କି ନାହିଁ ସେ ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ଡିଏସପି ଶ୍ରୀ ବିଶ୍ୱାଳ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.