Home କେନ୍ଦୁଝର ୬୭୯୫ ବାହାର ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଶିବିର ପ୍ରସ୍ତୁତି

୬୭୯୫ ବାହାର ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଶିବିର ପ୍ରସ୍ତୁତି

276

ହାଟଡ଼ିହି-୨୩/୪, ରାଜ୍ୟ ବାହାରେ ରହୁଥିବା ହାଟଡିହି ବ୍ଲକର ୬୭୯୫ଜଣଙ୍କ ମଧ୍ୟରୁ ଲକଡାଉନ ପରେ ଯଦି ଘରକୁ ଫେରନ୍ତି ତେବେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥବବା କ୍ୱାରେଣ୍ଟାଇନ ଗୃହରେ ରଖାଯିବାକୁ ବ୍ୟବସ୍ଥା କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ବ୍ଲକ ପରିସରରେ ବିଡିଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଏନେଇ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି । ଯେଉଁ ଲୋକମାନେ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ନାମକୁ ଅନଲାଇନରେ କିମ୍ବା ସରପଞ୍ଚଙ୍କ ମାଧ୍ୟମରେ ନାମ ପଞ୍ଜିକୃତ କରିବାକୁ କୁହାଯାଇଛି । ପ୍ରତି ପଞ୍ଚାୟତରେ ପୁର୍ବରୁ ୫୦ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟର ଖୋଲାଯାଇଥିବାବେଳେ ଆଉ ଶହେଶଯ୍ୟା ବୃଦ୍ଧି କରାଯାଇ ପ୍ରତି କେନ୍ଦ୍ରରେ ୧୫୦ଶଯ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁନେଇ ଅନେକ ପଞ୍ଚାୟତରେ ଘର ସମସ୍ୟା ଦେଖା ଦେଇଛି । ଏତେ ସଂଖ୍ୟକ ବେଡ ପାଇଁ ପ୍ରତି ପଞ୍ଚାୟତରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ସରପଞ୍ଚ ମାନେ ଏବେଠାରୁ ଘର ଖୋଜିବା ସହିତ କିପରି ତାକୁ ସଜଡାଯିବ ସେନେଇ ଲାଗିପଡିଲେଣି । ଏଥିପାଇଁ ପ୍ରତି ପଞ୍ଚାୟତ ମାନଙ୍କରେ ଏକ କମିଟି ଗଠନ କରାଯାଇ ଫେରିବା ଲୋକମାନଙ୍କୁ କିପରି ବୁଝାଇ ଅଣାଯାଇ ଆଇସୋଲେସନ ସେଣ୍ଟରରେ ରଖାଯିବ ସେନେଇ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.