Home Coronavirus Outbreak ଭଦ୍ରକ ଆଇସୋଲେସନରୁ ବାଇକ ଯୋଗେ ସନ୍ଦିଗ୍ଧ ଫେରାର, ଟିଟିଲାଗଡ଼ରେ ସ୍ବେଚ୍ଛାସେବୀଙ୍କ ସହାୟତାରେ କାବୁ କଲା ପ୍ରଶାସନ

ଭଦ୍ରକ ଆଇସୋଲେସନରୁ ବାଇକ ଯୋଗେ ସନ୍ଦିଗ୍ଧ ଫେରାର, ଟିଟିଲାଗଡ଼ରେ ସ୍ବେଚ୍ଛାସେବୀଙ୍କ ସହାୟତାରେ କାବୁ କଲା ପ୍ରଶାସନ

325

ବଲାଙ୍ଗୀର ୨୩-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସାରା ରାଜ୍ୟରେ କରୋନାକୁ ନେଇ ଭଦ୍ରକ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଥିବା ବେଳେ, ଏହି ସମୟରେ ଭଦ୍ରକରୁ ସନ୍ଦିଗ୍ଧ ହୋଇ ଆଇସୋଲେସନରେ ଥିବା ଜଣେ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଘର ଟିଟିଲାଗଡ଼ ଚାଲି ଆସିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଟିଟିଲାଗଡ଼ ହାଟପଦା ପଡ଼ା ଅନ୍ତର୍ଗତ ଦୁର୍ଗାମଣ୍ଡପ ଗଳିରେ ରହୁଥିବା ତାଙ୍କର ଭାଇ ଘରକୁ ଗତ ଦୁଇ ଦିନ ତଳେ ଚାଲି ଆସି ରହୁଥିଲେ। ଏ ନେଇ ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ତାଙ୍କୁ ଆଇସୋଲେସନକୁ ଚାଲିଯିବାକୁ କହିଥିଲେ, ପରେ ସେମାନେ ଏ ନେଇ କିଛି ଖାତିର ନ କରିବା ଯୋଗୁଁ ଶେଷରେ ବାଧ୍ୟ ହୋଇ ପ୍ରଶାସନକୁ ଜଣାଇଥିଲେ। ଏ ନେଇ ଟିଟିଲାଗଡ଼ ପୋଲିସ ସହ ମାଜିଷ୍ଟ୍ରେଟ ଭାବେ ସ୍ଥାନୀୟ ତହସିଲଦାର ତାଙ୍କ ଘରେ ପହଂଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆଇସୋଲେସନକୁ ନେଇଯାଇଥିବା ଜଣାଇଛନ୍ତି। ଏ ନେଇ ତାଙ୍କ ଭାଉଜ ତାଙ୍କ ରକ୍ତ ନମୁନା ନିଆଯାଇଛି ଓ କାଲି ତାଙ୍କ ରିପୋର୍ଟ ଫୋନ ଯୋଗେ ଆସିଯିବ ଏଣୁ ତାଙ୍କୁ ନିଆ ନ ଯାଉ ବୋଲି ନିବେଦନ କରିଥିଲେ। ହେଲେ ପ୍ରଶାସନର ନିୟମ ଅନୁଯାୟୀ ତାହାର ଖିଲାପ କରି ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.