Home କେନ୍ଦୁଝର ଦୁଇଦିନ ଚାଲିଚାଲି ଆସିଥିବା ଶ୍ରମିକଙ୍କୁ ସରପଞ୍ଚଙ୍କ ଜିମା ଦେଲେ

ଦୁଇଦିନ ଚାଲିଚାଲି ଆସିଥିବା ଶ୍ରମିକଙ୍କୁ ସରପଞ୍ଚଙ୍କ ଜିମା ଦେଲେ

265

ହାଟଡ଼ିହି-୨୩/୪, ସମଗ୍ର ଦେଶରେ କରୋନା ସଂକ୍ରମଣକୁ ରୋକିବାପାଇଁ ଲକଡାଉନ ଚାଲିଥିବାବେଳେ ଏଥିପାଇଁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଏପରିକି ବାହାରେ କାମଧନ୍ଦା କରି ପେଟ ପୋଷୁଥିବା ଲୋକମାନେ କାମଦାମ ବନ୍ଦ ହୋଇଯିବାରୁ ଚାଲି ଚାଲି ନିଜ ନିଜ ଘରକୁ ପଳାଇ ଆସୁଛନ୍ତି । ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ଟିଲଗଡିଆ ଗ୍ରାମର ୮ଜଣ ଶ୍ରମିକ ଦୀର୍ଘଦିନ ହେଲା ଯାଜପୁର ଜିଲ୍ଲାର ସାହାପୁରରେ ରହି କାମ କରୁôତଲେ । ମାତ୍ର କାମ ବନ୍ଦ ହୋଇଯିବାରୁ ଓ ମାଲିକ ଖାଇବାକୁ ନଦେବା ଯୋଗୁଁ ଶ୍ରମିକମାନେ ଦୁଇଦିନ ହେଲା ଚାଲିଚାଲି ଆସି ଆଜି ମଥୁରାପୁର ପୋଲ ନିକଟରେ ପହଞ୍ଚିଥିଲେ । ସେଠାରେ ପ୍ରଶାସନ ପକ୍ଷରୁ ରାସ୍ତା ସିଲ କରାଯାଇଥିବାବେଳେ ପୁଲିସ ମଧ୍ୟ ଜଗି ରହିଛି । ଏମାନଙ୍କୁ ଦେଖି ପୁଲିସ ସେଠାରେ ତାଙ୍କୁ ଅଟକ ରଖିଥିଲା । ପରେ ହାଟଡିହି ତହସିଲଦାର ଓ ଶାଳଣିଆଁ ଡାକ୍ତରଖାନାର ଏକ ଡାକ୍ତରୀ ଦଳ ସେଠାରେ ପହଞ୍ଚି ସେମାନଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ନନ୍ଦିପଦା ପୁଲିସ ଓ ହାବଳେଶ୍ୱର ପଞ୍ଚାୟତର ସରପଞ୍ଚଙ୍କ ସହଯୋଗ କ୍ରମେ ସମାଜର ଦର୍ପଣ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ ସେନାପତି ସେମାନଙ୍କୁ ସ୍ଥାନୀୟ ସ୍କୁଲରେ ରଖାଇ ରନ୍ଧାଖାଦ୍ୟ ଖାଇବାକୁ ଦେବାପରେ ଏକ ଗାଡିକରି ସେମାନଙ୍କୁ ନେଇ ବାଲିବରେଇ ପଞ୍ଚାୟତର ଟିଲଗଡିଆ ସ୍କୁଲରେ ଛାଡିଥିଲେ । ବାଲିବରେଇ ସରପଞ୍ଚ ସେଠାରେ ଉପସ୍ଥିତ ରହି କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେବାସହ ସମସ୍ତ ଦାୟିତ୍ୱ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.