Home ଜିଲ୍ଲା ପରିକ୍ରମା ୫-ଟି ରୂପାନ୍ତରଣ – ୩ୟ ଦଫା ଜିଲ୍ଲାର ୧୨୪ଟି ସ୍କୁଲ ଲୋକର୍ପିତ, ବାସୁଦେବପୁର ମନ୍ଦାରୀ ହାଇସ୍କୁଲରେ...

୫-ଟି ରୂପାନ୍ତରଣ – ୩ୟ ଦଫା ଜିଲ୍ଲାର ୧୨୪ଟି ସ୍କୁଲ ଲୋକର୍ପିତ, ବାସୁଦେବପୁର ମନ୍ଦାରୀ ହାଇସ୍କୁଲରେ ଉଦ୍‌ଘାଟନୀ ଉତ୍ôସବ

28

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଇଁ ପ୍ରଥମ ଦଫାରେ ୧୭ଟି ଏବଂ ଦ୍ୱିତୀୟ ଦଫାରେ ୮୦ଟି ହାଇସ୍କୁଲର ଲୋକାର୍ପଣ ପରେ ଆଜି ସନ୍ଧ୍ୟାରେ ତୃତୀୟ ଦଫାରେ ୧୨୪ଟି ସ୍କୁଲର ଲୋକର୍ପଣ ଉତ୍ସବ ବାସୁଦେବପୁର ବ୍ଲକ୍ ର ମନ୍ଦାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଉତ୍ସବ ପାଇଁ ଜିଲ୍ଲାସ୍ତରୀୟ ଉଦ୍‌ଘାଟନୀ ଉତ୍ସବ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମନ୍ଦାରୀ ହାଇସ୍କୁଲ ପରିସରରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ରାମଦାସ ଟୁଡ଼ୁ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର,ବାସୁଦେବପୁର ବି.ଡ଼ି.ଓ. ସତ୍ୟଜିତ୍ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଲୋକସେବା ଭବନର ତୃତୀୟ ମହଲାର ସମ୍ମିଳନୀ କକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସି ଜରିଆରେ ଆଜି ଅପରାହ୍ନ ୫ଟାରେ ଏହି ଉଦ୍‌ଘାଟନ କରାଯାଇଥିଲା । ସ୍କୁଲ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ତଥା ଆୟୋଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟକି ୩ୟ ଦଫାରେ ଆଜି ଲୋକର୍ପିତ ହୋଇଥିôବା ୧୨୪ଟି ସ୍କୁଲ ମଧ୍ୟରେ ବାସୁଦେବପୁର ବ୍ଳକ୍ ର ୨୨ଟି, ଚାନ୍ଦବାଲି ବ୍ଲକ୍ ର ୧୫ଟି, ଭଦ୍ରକ ବ୍ଲକ୍ ୨୨-ଟି, ବନ୍ତ ବ୍ଲକର ୧୫ଟି, ତିହିଡ଼ି ବ୍ଲକ୍‌ର ୧୪ଟି, ଧାମନଗର ବ୍ଲକର ୨୨ଟି ଓ ଭଣ୍ଡାରିପୋଖରୀ ବ୍ଲକ୍‌ର ୧୬ଟି ସ୍କୁଲ ଅନ୍ତର୍ଭୁକ୍ତ । ମନ୍ଦାରୀ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ ଆୟୁଷା ମଲ୍ଲିକ, ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପରେ ଓଡ଼ିଶା ସରକାରଙ୍କ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପିଲାମାନଙ୍କୁ ଢ଼େର ଉତ୍ସାହିତ କରିବା ସହିତ ସେମାନଙ୍କ ପାଇଁ ଅନେକ ଆଶା ଓ ସ୍ୱପ୍ନ ପୂରଣ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ ଭଦ୍ରକ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛି ଏବଂ ବିଦ୍ୟାର୍ଥୀମାନଙ୍କ ଉତ୍ତମ ଭବିଷ୍ୟତ ଗଠନ ପାଇଁ ସୁଯୋଗ ସୃଷ୍ଟି କରିପାରିଛି ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ସଂପୃକ୍ତ ପ୍ରଶାସନିକ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବି.ଡ଼ି.ଓ., ତହସିଲଦାର, ବାସୁଦେବପୁର ନିର୍ବାଚିତ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ । ପ୍ରକାଶ ଯୋଗ୍ୟକି ଭଦ୍ରକ ଜିଲ୍ଲାପାଇଁ ୧ମ ଦଫାରେ ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ଭଦ୍ରକ ବ୍ଲକର ସାବରଙ୍ଗ ହାଇସ୍କୁଲରେ ତା ୧୪-୧୧-୨୧ରେ ୨ୟ ଦଫାରେ ଚାନ୍ଦବାଲି ବ୍ଲକ୍‌ର ଶାରଳା ହାଇସ୍କୁଲରେ ତା ୮-୬-୨୨ରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ବାସୁଦେବପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ କୁମାର ଦଣ୍ଡପାଟ, ବାସୁଦେବପୁର ବି.ଇ.ଓ. ଜଗବନ୍ଧୁ ସାହୁ, ଏ.ବି.ଇ.ଓ. ଉର୍ମିଳାକର ସୁକାନ୍ତ ବାରିକ୍‌, ମନ୍ଦାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅବନୀ ଖିଲାର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.