Home ଜିଲ୍ଲା ପରିକ୍ରମା ୨୦୨୩ ମସିହା ପାଇଁ ହଜ୍ ଯାତ୍ରୀଙ୍କ ପ୍ରଶିକ୍ଷଣ ଉଦ୍‌ଯାପିତ

୨୦୨୩ ମସିହା ପାଇଁ ହଜ୍ ଯାତ୍ରୀଙ୍କ ପ୍ରଶିକ୍ଷଣ ଉଦ୍‌ଯାପିତ

20

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଜ୍ ଯାତ୍ରୀଙ୍କ ନିମନ୍ତେ ଏକ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ପୁରୁଣାବଜାର ରୟାଲ ମଣ୍ଡପ ଠାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଓଡ଼ିଶାର ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରୁ ମୋଟ ୧୬୮ ଜଣ ହଜ୍ ଯାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା । ହଜ୍ ଯାତ୍ରୀଙ୍କ ରୀତି ନିୟମ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯାଇ ଶିକ୍ଷା ଦିଆଯାଇଥିଲା । ଭଦ୍ରକର ବିଶିଷ୍ଟ ବ୍ୟବସାୟ ପ୍ରତିଷ୍ଠାନ ଏମ୍‌ଏସ୍‌କେ ଦୀର୍ଘ ୨୦ ବର୍ଷ ଧରି ହଜ୍ ଯାତ୍ରୀଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକୁ ଆୟୋଜନ କରି ଆସୁଅଛି । ଭଦ୍ରକର ବିଶିଷ୍ଟ ଧର୍ମଶାସ୍ତ୍ରୀ ତଥା ଅବସରପ୍ରାପ୍ତ ଶିକ୍ଷାବିତ୍ ମୌଲାନା ମସଜୁଦ୍ ହବିବି, ଧାମନଗର ମଦ୍ରାସାର ପ୍ରସିଦ୍ଧ ମୌଲାନା ମୁଫ୍‌ତି କାସିମ୍‌, ବାଲେଶ୍ୱରର ଗୋଲାମ ଜିଲାନୀ ହଜ୍‌ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଶିବିରାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ ହଜ୍ କରି ଆସିଥିବା ପ୍ରାକ୍ତନ ହାଜିମାନଙ୍କ ଦ୍ୱାରା ସେମାନଙ୍କ ଅଭିଜ୍ଞତା ସମ୍ବନ୍ଧରେ ସେମାନେ ବିଷଦ୍ ଭାବେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏମ୍‌ଏସ୍‌କେ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ହାଜି ଇସ୍‌ଲାମ୍‌ଙ୍କ ସମେତ ହାଜି ଶେଖ୍ ସଲିମ୍ ଓ ହାଜି ମିରାଜ୍ ଖାଁଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ କମିଟିର ସଭାପତି ହାଜି ମହମ୍ମଦ ଫାରୁକ, ସମ୍ପାଦକ ଅସରପ୍ ଅଲୀ ଖାଁ, ସଭ୍ୟ ହାଜି ଅବୁ କସିମ୍‌, ହାଜି ସେକ୍ ଅନ୍‌ୱର ହୋସେନ, ହାଜି ସେକ୍ ଅଲାଉଦ୍ଦିନ, ହାଜି ସେକ୍ ଅବୁ ସୁଫିୟାନ୍‌, ମୀର୍ଜା ଏକ୍ରାମ୍ ବେଗ୍‌, ସୈୟଦ୍ ଅବଦୁର୍ ସୁବୁ, ମହମ୍ମଦ ଅଲି ସବର, ସେକ୍ ତାରିକ୍‌, ମୁସ୍‌ତେସନ ଖାଁ, ମୀର୍ଜା ମୁଜିବୁର ରହମୋନ, ସବିର୍ ଖାଁ, ଜହିର ଖାଏ ଜାନ ଖାଁ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.