Home ଓଡ଼ିଶା ୫ ଟି କୁ ସରକାରୀ କର୍ମଚାରୀ ଙ୍କ ଉପେକ୍ଷା …ସର୍ପାଘାତ ରେ ସ୍ୱାମୀ ଙ୍କ ମୃତ୍ୟୁର...

୫ ଟି କୁ ସରକାରୀ କର୍ମଚାରୀ ଙ୍କ ଉପେକ୍ଷା …ସର୍ପାଘାତ ରେ ସ୍ୱାମୀ ଙ୍କ ମୃତ୍ୟୁର  ୪ ବର୍ଷ ପରେ ମିଳୁନି  ସରକାରୀ ସହାୟତା

86

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୧୦- ଓଡିଶା ସରକାର ଙ୍କ କାର୍ଯ୍ୟଧାରା କୁ ତ୍ୱରାନିତ କରିବା ପାଇଁ ଆରମ୍ଭ କରାଗଲା  ୫ ଟି ବିଭାଗ । ଯାହା ମଧ୍ୟରେ ରହିଛି ସମୟାନୁବର୍ତ୍ତିତା । କିନ୍ତୁ ପ୍ରଶାସନିକ ଅଧିକାରୀ ମାନେ ସୟାନୁବର୍ତ୍ତିତା କୁ  ଉପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ସେଭଳି ଘଟଣା ଘଟିଛି ଓଡଗାଁ ତହସିଲ କାର୍ଯ୍ୟାଳୟ ରେ । ଘଟଣା ରୁ ପ୍ରକାଶ ରଣପୁର ତହସିଲ  ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ନେଳିପଡା ଗ୍ରାମ ରେ । ନେଳିପଡା ର ଭୀମ ପ୍ରଧାନ (୩୩)  ୨୦୧୭ ମସିହା ନଭେମ୍ବର ୩ ତାରିଖ ରେ ତାଙ୍କ ଶ୍ୱଶୁର ଘର ଓଡଗାଁ ତହସିଲ ଗୋଚ୍ଛା ନିକଟ ଶିମିଳି ଗ୍ରାମ ରେ ସର୍ପାଘାତ ରେ ମୃତ୍ୟୁ ବରଣ କଲେ । ନୟାଗଡ ଥାନା ପୋଲିସ ଶବ ଜବତ କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଛେଦ କରାଇଲେ । ମୃତ ଭୀମ ପ୍ରଧାନ ଙ୍କ  ସ୍ତ୍ରୀ ସଞ୍ଜୁ ପ୍ରଧାନ ଦୁଇଟି ଛୋଟ ପୁଅ ଝିଅ ଙ୍କୁ ଧରି ସମସ୍ତ କାଗଜାତ ହାସଲ କଲେ । ସାମାଜିକ ସୁରକ୍ଷା ସହାୟତା ପାଇଁ ରଣପୁର ତହସିଲଦାର ଙ୍କୁ ଆବେଦନ କଲେ । ଯଶୋଦାପୁର ରାଜସ୍ୱ ଅଧିକାରୀ ତଦନ୍ତ କରି ରଣପୁର ତହସିଲ କୁ ବିବୃତି ଦେବା ପରେ ରଣପୁର ତହସିଲ ଓଡଗାଁ ତହସିଲ କୁ ସହାୟତା ପ୍ରଦାନ ପାଇଁ ସୁପାରିସ୍ କଲେ ।

୨୦୨୦ ଜାନୁଆରୀ ରୁ ଓଡଗାଁ ତହସିଲ ରେ କାଗଜାତ ସେହିଭଳି ପଡି ରହିଛି । ଯାହାଫଳ ରେ ବିଧବା ସଞ୍ଜୁ ପ୍ରଧାନ ଦୁଇଟି ଛୋଟ ଶିଶୁ ଙ୍କୁ ଧରି ଓଡଗାଁ ତହସିଲ କାର୍ଯ୍ୟାଳୟ କୁ ଦଉଡି ଦଉଡି ହତାଶ ହୋଇପଡିଛନ୍ତି ।  ଏବେ ଭଗବାନ ଙ୍କ ଭରଷା ରେ । ଏ ସର୍ମ୍ପକେ ଓଡଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ତେଣୁ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ଯୋଗାଯୋଗ କରିବା ପରେ ସେ ଘଟଣା ଶୁଣି ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ସହାୟତା ରାଶି ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.