Home ଓଡ଼ିଶା ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରୁ ଦଲାଲ ଗିରଫ

ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରୁ ଦଲାଲ ଗିରଫ

64

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୧୦- ନୟାଗଡ ଜିଲ୍ଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ଦଲାଲ ମାନଙ୍କ ପ୍ରାର୍ଦୃଭାବ ।ନେକ ଦିନ ହେଲା ଚାଲିଥିଲା । ଏଥିସହ ଚାନ୍ଦପୁର ରେ ଅନେକ ଅଣପଞ୍ଜୀକୃତ ନିଦାନ କେନ୍ଦ୍ର ଖୋଲିଥିଲା । ଯାହାକୁ ନେଇ ରୋଗୀ ଓ ରୋଗୀ ଙ୍କ ପରିବାର ଶୋଷଣ ର ଶୀକାର ହେଉଥିଲେ । ଜିଲ୍ଲାସାରା ଏହା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥିଲା । ଯାହାଫଳ ରେ ଗତ ନୟାଗଡ ଜିଲ୍ଲା ଅପରାଧ ବୈଠକ ରେ ଜିଲ୍ଲା ଆ ରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ  ସମସ୍ତ ଥାନା ନିରୀକ୍ଷକ ଙ୍କୁ ଦଲାଲି ଉଚ୍ଛେଦ ଓ ଅଣପଞ୍ଜୀକୃତ ନିଦାନ କେନ୍ଦ୍ର  ହଟାଇବା ପାଇଁ ନିର୍ଦେଶ ଦେଇଥିଲେ । ତାଙ୍କ ନିର୍ଦେଶ ଅନୁଯାଇ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରୁ ଜଣେ ଦଲାଲ୍ ଙ୍କୁଗିରଫ କରିଥିବା ଜଣାପଡିଛି ।

ଅଭିଯୁକ୍ତ ଦଲାଲ ଜଣଙ୍କ ହେଉଛନ୍ତି ଚାନ୍ଦପୁର ର ସଂଜିତ୍ ଆଚାର୍ଯ୍ୟ ଓରଫ୍ ସିପା । ସେ ନିରୀହ ରୋଗୀ ମାନଙ୍କ ଠାରୁ ଅର୍ଥ ଶୋଷଣ କରିବା ସହ ଚିକିତ୍ସାଳୟ ଦାୟିତ୍ୱ ରେ ଥିବା ଅଧ୍ୟକ୍ଷ ଡାକ୍ତର ପ୍ରଭାତ କୁମାର ସାହୁ ଙ୍କୁ ଦଲାଲ ହିସାବ ରେ ବେଆଇନ୍ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ । ଚାନ୍ଦପୁର ବସନ୍ତ ମଞ୍ଜରୀ  ସାଧାରଣ ଚିକିତ୍ସାଳୟ କୁ ଦଲାଲ ମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ଏଥିସହ ଚାନ୍ଦପୁର ରେ ଅଣପଞ୍ଜୀକୃତ ନିଦାନ କେନ୍ଦ୍ର ଉପରେ ଚଢାଉ କରାଯିବ ବୋଲି ଥାନା ନିରିକ୍ଷକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦଲାଲ୍ କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.