Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀ

କେନ୍ଦ୍ରାପଡା ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀ

96

କେନ୍ଦ୍ରାପଡ଼ା ୧୦ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀ ସ୍ଥାନୀୟ ଟାଉନହଲ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆବାହକ ଭୀମସେନ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଅତିଥି ଭାବେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଓଡିଶା ରାଜ୍ୟ ବିଜୁ ଦନତା ଦଳ ଆଇନଜୀବୀ ସାମ୍ମୁଖ୍ୟର ସମ୍ପାଦକ ଶୁଭ୍ରାଂଶୁ ମହାନ୍ତି ଓ ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶୁତୋଷ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଆଇନଜୀବୀ ବରିଷ୍ଠ ଆଇନଜୀବୀ ଗୋକୁଳରଞ୍ଜନ ଦାସ ସାମ୍ମୁଖ୍ୟ ପକ୍ଷରୁ ମଧୁବାବୁ ଆଇନ ସହାୟତା କେନ୍ଦ୍ରରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓକିଲ ନିଯୁକ୍ତି, ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରାଯିବା ସହ ଜଣେ ଆଇନଜୀବୀ ଯେପରି ସର୍ବନିମ୍ନ ୨୦ଲକ୍ଷ ଟଙ୍କା ପେନସନ ପାଆନ୍ତି ସେଥରପ୍ରତି ଦୃଷ୍ଟି ଆକର୍ଷଣ ସହ କେନ୍ଦ୍ରାପଡାରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା କରାଯିବା, କ୍ୟାଡର ଉଛେଦ କରାଯାଇ ନନକ୍ୟାଡର ପ୍ରସିକ୍ୟୁଟରମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ଓ ବିଜୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଓକିଲମାନଙ୍କୁ ସାମିଲ କରାଯିବା ପ୍ରଭୃତି ଦାବି ଉପସ୍ଥାପନ କରିଥିଲେ। ଆଳି ବିଧାୟକ ଶ୍ରୀ ଦେବ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧୁବାବୁ ଆଇନ ସହାୟତା କେନ୍ଦ୍ରରେ ଓକିଲମାନଙ୍କୁ ନିଯୁକ୍ତି ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ମହାକାଳପଡା ବିଧାୟକ ଶ୍ରୀ ନାୟକ ଜିଲ୍ଲାରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ରାଜନଗର ବିଧାୟକ ଶ୍ରୀ ସାହୁ ବରିଷ୍ଠ ଆଇନଜୀବୀ ଶ୍ରୀ ଭୂୟାଁ ତୁରନ୍ତ ଜିଲ୍ଲାର ସମସ୍ତ ଓକିଲ ସଙ୍ଘ ଏବଂ ବିଧାୟକମାନଙ୍କ ସହିତ ପରାମର୍ଶ କରି ମଧୁବାବୁ ଆଇନ ସହାୟତା କେନ୍ଦ୍ରରେ ନିଯୁକ୍ତି ପାଇଁ ଓକିଲମାନଙ୍କ ନାମ ତାଲିକା ପଠାଇବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଓକିଲମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବୀମା ଯୋଜନା କରାଯିବାକୁ ବିଧାୟକ ଶ୍ରୀ ସାହୁ ଦାବି କରିଥିଲେ ଏବଂ ଓକିଲମାନେ ସାଧାରଣ ଲୋକଙ୍କୁ ଆବଶ୍ୟକ ଆଇନ ପରାମର୍ଶ ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ମହିଳା ଆଇନଜୀବୀମାନେ ଆଗେଇଆସି ସାଧାରଣ ଜନତାଙ୍କୁ ଆଇନ ପରାମର୍ଶ ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ୩ଜଣ ବିଶିଷ୍ଠ ଆଇନଜୀବୀ ମୋହନଦାସ କରମଚାନ୍ଦ ଗାନ୍ଧୀ, ଉତ୍କଳ ଗୈାରବ ମଧୁସୁଦନ ଦାସ ଓ ପଣ୍ଡିତ ଗୋପବନ୍ଧୁ ଦାସ ଏହି ମାଟି ସହିତ ସମ୍ପର୍କ ରହିଥିବାରୁ ଏ ମାଟି ଧନ୍ୟ ହୋଇଛି ବୋଲି କହିଥିଲେ। କେନ୍ଦ୍ରାପଡା ଜିଲ୍ଲା ଉକିଲ ସଙ୍ଘରେ ମହିଳା ଆଇନଜୀବୀମାନଙ୍କ ପାଇଁ ଏକ ପ୍ରକୋଷ୍ଠ ନିର୍ମାଣ ନିମନ୍ତେ ବିଧାୟକ ପାଣ୍ଠିରୁ ୫ଲକ୍ଷ ଟଙ୍କା ସହିତ ଜିଲ୍ଲା କୋଷାଗାର ସମ୍ମୁଖରେ ଓକିଲ ସଙ୍ଘର ଅସମ୍ପୂର୍ଣ୍ଣ ଥିବା ଗୃହ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ ବିଧାୟକ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ। ପର୍ଯ୍ୟବେକ୍ଷକ ଶ୍ରୀ ସାମନ୍ତରାୟ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ୮୦ ପ୍ରତିଶ୍ରତ ଜିଲ୍ଲା ପରିଷଦ ପ୍ରାର୍ଥୀ ଯେଭଳି ଜିତିବେ ସେଥିପ୍ରତି ସାମ୍ମୁଖ୍ୟ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାରେ ମଧୁବାବୁ ଆଇନ ସହାୟତା କେନ୍ଦ୍ରରେ ଆଇନଜୀବୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ରବି ମହାନ୍ତି ବିଜେଡିରେ ଯୋଗଦେଇଥିବା ବେଳେ ଦଳ ପକ୍ଷରୁ ତାଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ଆଇନଜୀବୀ ମନୋଜ ସାହୁ ଅତିଥି ପରିଚୟ ପ୍ରଦାନ, ଦେବଦାସ ମହାନ୍ତି ସ୍ୱାଗତ ଭାଷଣ ଏବଂ ରାଜ୍ୟ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସଦସ୍ୟ ସଞ୍ଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପଟ୍ଟାମୁଣ୍ଡାଇ ବାର ସଭାପତି ଭୀମସେନ ପ୍ରଧାନ, ଆଳି ବାର ସଭାପତି ଚିରଞ୍ଜିବୀ ଦାସ, ରାଜକନିକା ବାର ସମ୍ପାଦକ ଖଗେଶ୍ୱର ନାୟକ, ରାଜନଗର ବାର ସଭାପତି ଉମେଶ ଦାସ, ମହାକାଳପଡା ବାର ସଭାପତି ଅକ୍ଷୟ ମହାପାତ୍ର, ଡେରାବିଶ ବାର ସଭାପତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଗନ ବିହାରୀ ଜେନା, ହିରଣ୍ୟ ପଣ୍ଡା, ରଞ୍ଜନ ପଣ୍ଡା, ମଙ୍ଗଳବରଣ ସିଂ, ନିହାର ମହାପାତ୍ର, ସ୍ମୃତିରଞ୍ଜନ ସିଂ, ଦିଲ୍ଲିପ ପରିଡା, ମୋହନ ସାହୁ, ନିରଞ୍ଜନ ବଳ, ମାନସରଞ୍ଜନ ଧଳ, ବ୍ରଜସୁନ୍ଦର ରାଉତ, ତମସା ପାତ୍ର, କଳାକାର ରାଉତ, ଇତିହାସ ଲେଙ୍କା, ଶାନ୍ତିସ୍ୱରୂପ ଭୂୟାଁ, ଅରୁଣ ଦାସ, ପ୍ରଭାତ ପ୍ରଧାନ, ସୁବାଷ ନାୟକ, ସୁକାନ୍ତ ପାତ୍ର, ସାରଥୀ କାନୁନଗୋ, ସୈାମ୍ୟରଞ୍ଜନ ସାମନ୍ତରାୟ, ସୁଦର୍ଶନ ନାୟକ ପ୍ରମୁଖ ବହୁ ଆଇନଜୀବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.