Home ଓଡ଼ିଶା ୫-ଟିକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ୨୦ ବର୍ଷ ପରେ ୫-ଟି...

୫-ଟିକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ୨୦ ବର୍ଷ ପରେ ୫-ଟି କାହିଁକି? :ଅପରାଜିତା

529

– ୫-ଟି ଏକ ଅଭିନବ ପଦକ୍ଷେପ ନୁହେଁ
– ୨୦ ବର୍ଷ ଧରି ଲାଗୁ ହୋଇନଥିଲା କି ୫-ଟି?
– ୫-ଟିକୁ ଏକ ଅଲଗା ବିଭାଗ କରି ଜଣକୁ ଦାୟୀତ୍ୱ ଦେଇ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମାନଙ୍କୁ ଦୁର୍ବଳ କରୁଛନ୍ତି କି ରାଜ୍ୟସରକାର?
– ବିଭାଗର ସଚିବ ଏବଂ ମନ୍ତ୍ରୀଙ୍କ ପାରିବାପଣିଆ ଓ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଉଛନ୍ତି ରାଜ୍ୟସରକାର
– ବିଭିନ୍ନ ବିଭାଗର ଦାୟୀତ୍ୱରେ ଥିବା ସଚିବ ଏବଂ ମନ୍ତ୍ରୀ ମାନଙ୍କୁ ସଶକ୍ତ ଏବଂ ସକ୍ଷମ କରାଯାଉ
– ୫-ଟିକୁ ଏକ ଅଲଗା ବିଭାଗ କରି ଜଣକୁ ସମସ୍ତ କ୍ଷମତା ଦେବା ଠିକ୍ ନୁହେଁ

ଭୁବନେଶ୍ୱର, ୩୧/୧୦ (ଓଡ଼ିଆ ପୁଅ) : ଆଇଏଏସ ପ୍ରଶିକ୍ଷଣ ସମୟରେ ୫-ଟି ( ଟ୍ରାନ୍ସପରେନ୍ସି, ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଏବଂ ଟାଇମ)ପାଠ ପଢାଯାଉଥିଲା। ରାଜ୍ୟ ସରକାର ଲାଗୁ କରିଥିବା ୫-ଟି ଏକ ଅଭିନବ ପଦକ୍ଷେପ ନୁହେଁ। ଏଥିରେ କୌଣସି ନୂତନତ୍ୱ ନାହିଁ, ଏହା ବହୁତ ପୂରୁଣା କଥା। ଏହା ସୁଶାସନର ପକ୍ଷ ନୁହେଁ। ଶାସକ ବିଜେଡି ୨୦ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବାବେଳେ ହଠାତ୍ ଏବେ କାହିଁକି ୫-ଟି ଅଣାଗଲା ବୋଲି ଭୁବନେଶ୍ୱର ବିଜେପି ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ଏବେ ରାଜ୍ୟ ସରକାର ଲାଗୁ କରିଥିବା ୫-ଟି ୨୦ ବର୍ଷ ଧରି ଲାଗୁ ହୋଇନଥିଲା କି? ସରକାରୀ ସିଷ୍ଟମରେ ୫-ଟିକୁ ଲାଗୁ କରାଯାଇ ନଥିଲା କି ? ରାଜ୍ୟସରକାର ୫-ଟି ଏକ ଅଲଗା ବିଭାଗ କରି ଜଣକୁ ଦାୟୀତ୍ୱ ଦେଇ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମାନଙ୍କୁ ଦୁର୍ବଳ କରୁଛନ୍ତି କି ? ଗୃହ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ପରି ଅନେକ ବିଭାଗର ସଚିବ ଏବଂ ମନ୍ତ୍ରୀଙ୍କ ପାରିବାପଣିଆ ଓ ଯୋଗ୍ୟତା ଉପରେ ରାଜ୍ୟସରକାର ପ୍ରଶ୍ନ ଉଠାଉଛନ୍ତି କି ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ସେହିପରି ୫-ଟି ପାଇଁ ଅଲଗା ବିଭାଗ କରିବା ପରିବର୍ତେ ବିଭିନ୍ନ ବିଭାଗର ଦାୟୀତ୍ୱରେ ଥିବା ସଚିବ ଏବଂ ମନ୍ତ୍ରୀ ମାନଙ୍କୁ ସଶକ୍ତ ଏବଂ ସକ୍ଷମ କରାଯାଉ। ୫-ଟି ଦ୍ୱାରା କାର୍ଯ୍ୟ ହେଉ କିନ୍ତୁ ଏହାକୁ ଏକ ଅଲଗା ବିଭାଗ କରି ଜଣକୁ ସମସ୍ତ କ୍ଷମତା ଦେବା ଠିକ୍ ନୁହେଁ। ପ୍ରଚଳିତ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଗଲେ ଜନସାଧାରଣ ଉପକୃତ ହେବେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.