Home Coronavirus Outbreak ୫୯ ପଜିଟିଭ୍ ଚିହ୍ନଟ ପରେ ଆତଙ୍କିତ ବେଗୁନିଆପଡ଼ା ବ୍ଳକ, ପ୍ରଶାସନ ପକ୍ଷରୁ କଟକଣା କଡାକଡି

୫୯ ପଜିଟିଭ୍ ଚିହ୍ନଟ ପରେ ଆତଙ୍କିତ ବେଗୁନିଆପଡ଼ା ବ୍ଳକ, ପ୍ରଶାସନ ପକ୍ଷରୁ କଟକଣା କଡାକଡି

134

କୋଦଳା ୪ ଜୁଲାଇ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ବେଗୁନିଆପଡ଼ା ବ୍ଳକରେ ଶୁକ୍ରବାର ସୁଧା ପଜିଟିଭ୍ ସଂଖ୍ୟା ୫୯ରେ ପହଞ୍ଚିଛି। ବ୍ଲକର ଫାଶୀ, ସୁମଣ୍ଡଳ ଓ ବୁରୁଝୁରୀ ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂପୃକ୍ତ ପଞ୍ଚାୟତ ପକ୍ଷରୁ ଏନେଇ କଟକଣାକୁ ଆହୁରି ଜୋରଦାର୍ କରାଯାଇଛି।ବୁରୁଝୁରୀ ଓ ସୁମଣ୍ଡଳ ପଞ୍ଚାୟତକୁ ୭ଦିନିଆ ସଟ୍ ଡାଉନ୍ କରାଯାଇଛି।ତାଳସର, ଖଣ୍ଡିଆନଈ, ବେଗୁନିଆପଡ଼ା, କେ- ଶାଳବଣ ପ୍ରଭୃତି ସ୍ଥାନରୁ ମଧ୍ଯ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏପରିକି କିଛି ସରକାରୀ କର୍ମଚାରୀ ମାନେ ମଧ୍ୟ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଅଞ୍ଚଳରେ ଯାନବାହାନ ଚଳାଚଳକୁ କଟକଣା ଜାରି କରାଯାଇଛି। ବେଗୁନିଆପଡ଼ା ବଜାରରେ ଜନଗହଳି ହେଉଥିବାରୁ ଏବଂ ୪ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ପରିବା ମାର୍କେଟ୍ କୁ ୭ଦିନିଆ ସଟ୍ ଡାଉନ୍ କରାଯାଇଛି। ଅନ୍ୟ ପକ୍ଷରେ ଶନିବାର ଓ ରବିବାର ଦୁଇଦିନ ସଂପୂର୍ଣ୍ଣ ସଟ୍ ଡାଉନ୍ ନିୟମକୁ କଡାକଡି କରାଯାଇଛି। ବେଗୁନିଆପଡ଼ା ଓ କୋଦଳା ପୋଲିସ ପକ୍ଷରୁ ବିଭିନ୍ନ ରାସ୍ତା ଗୁଡ଼ିକୁ ଅବରୋଧ କରାଯାଇ ଜୋରଦାର ଚେକିଂ କରାଯାଉଛି। ଅମାନିଆକୁ ଫାଇନ୍ ଆଦାୟ କରିବା ସହ ଲୋକଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛି ପୋଲିସ। ତେବେ ପ୍ରତିଦିନ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ପ୍ରଶାସନ ଓ ଲୋକକଂ ମୁଣ୍ଡ ବ୍ୟଥା ବଢିବାରେ ଲାଗିଛି। ପଜିଟିଭ୍ ଚିହ୍ନଟ ହେଉଥିବା ଗ୍ରାମ ଓ ପଞ୍ଚାୟତ ଗୁଡ଼ିକୁ ଉପଯୁକ୍ତ ଢଙ୍ଗରେ ସାନିଟାଇଜ୍ କରିବା ସହ ସଂକ୍ରମିତ ବ୍ଯକ୍ତିଙ୍କ ପରିବାର ଏବଂ ଟ୍ରାଭେଲ୍ ହିଷ୍ଟ୍ରି ବାହାର କରି ସେମାନଙ୍କ ଚିକିତ୍ସା ତୁରନ୍ତ କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.