Home ଓଡ଼ିଶା ୫୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ବାକି ଟଙ୍କା ତୁରନ୍ତ ଦିଅ : କେନ୍ଦୁପତ୍ର କର୍ମଚାରୀ ସଂଘ

୫୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ବାକି ଟଙ୍କା ତୁରନ୍ତ ଦିଅ : କେନ୍ଦୁପତ୍ର କର୍ମଚାରୀ ସଂଘ

92

ପଦ୍ମପୁର/ବରଗଡ, ୧୩/୬ (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର, ପଦ୍ମପୁର ଡିଭିଜନ କମିଟି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ରାଜ୍ୟ ସଂପାଦକ କୋକିଲ ସାହୁଙ୍କ ଅଧ୍ୟକ୍ଷତାରେ ପାଇକମାଲ କେନ୍ଦୁପତ୍ର ଡାକ ବଙ୍ଗଲାରେ ଅନୁଷ୍ଠିତ ହୋଇଯାଇଛି। ଗତ ଏପ୍ରିଲ ୨୩ ତାରିଖରୁ କେନ୍ଦୁପତ୍ର ତୋଳା କାର୍ଯ୍ୟ ପଦ୍ମପୁର ଡିଭିଜନରେ ଆରମ୍ଭ ହୋଇ ମେ ୨୫ ତାରିଖ ଦିନ କେନ୍ଦୁପତ୍ର ତେଲା କାର୍ଯ୍ୟ ସମାପ୍ତ ହୋଇ ଥିବାବେଳେ ଆଜି ଯାଏ ପଦ୍ମପୁର ଡିଭିଜନରେ ନିୟୋଜିତ ହୋଇଥିବା ପ୍ରାୟ ୫୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପୈଠ କରାଯାଇ ନଥିବାରୁ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା। କେନ୍ଦୁପତ୍ର ତୋଳାର ୭ ଦିନ ଭିତରେ ତୋଳାଳିଙ୍କୁ ପତ୍ରର ପଇସା ପେମେଣ୍ଟ କରିବାର ନୟମ ଥିବା ବେଳେ ସରକାରଙ୍କ ଠାରୁ ପଦ୍ମପୁର ଡିଏଫଓଙ୍କ କାର୍ଯ୍ୟଳୟକୁ ବହୁ ଦିନରୁ ଟଙ୍କା ଆସି ସାରିଥିବା ବେଳେ ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ କରୋନା ମହାମାରୀ ସମୟରେ ମଧ୍ୟ ଠିକ୍ ସମୟରେ ଟଙ୍କା ପାଇବାରୁ ତୋଳାଳି ମାନେ ବଞ୍ଚିତ ହୋଇଛନ୍ତି। କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ମୁନସୀମାନଙ୍କ ୯୦ ଦିନର ଓ ଚପରାସୀମାନଙ୍କ ୬୦ ଦିନର ଦରମା ଦେବା ପାଇଁ ସରକାରଙ୍କ ସର୍କୁଲାର ଥିବା ସତ୍ବେ ପଦ୍ମପୁର ଡିଭିଜନରେ ମୁନସୀ, ଚପରାସୀମାନଙ୍କ କମଦିନର ଦରମା ଦିଆଯାଉଥିବାରୁ ସଂଘ ଏହାକୁ ତୀବ୍ର ବିରୋଧ କରିଛି। ଫଡି ମରାମତି, କେନ୍ଦୁପତ୍ର ରଚେଇ, ବୁହେଇ ଆଦି କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କୁ ମଜୁରୀ ଦେବାରେ ବିଳମ୍ବ ଏପରିକି ତୋଳାଳିଙ୍କ ବୋନସ ଓ ସିଜିନାଲ କର୍ମଚାରୀଙ୍କ ଇନସେଟିଭ ୨୦୨୦ ମସିହାର ଆଜି ଯାଏ ଦିଆଯାଇ ନଥିବାରୁ ସଂଘର ସଦସ୍ୟ ମାନେ ଆଲୋଚନା ସମୟରେ ଉତକ୍ଷୀପ୍ତ ହୋଇ ଉଠିଥିଲେ। ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଏ ସମସ୍ତ ସମସ୍ୟା ତଥା ବିଭିନ୍ନ ରେଞ୍ଜରେ ଖାଲିଥିବା ସର୍କଲ ଚେକର, ଚେକର, ୱାଚର ଆଦି ପୁରଣ ପାଇଁ ଆସନ୍ତା ଦିନରେ କେନ୍ଦୁପତ୍ର ଡିଏଫଓଙ୍କ ସହ ଆଲୋଚନା ପାଇଁ ବୈଠକରେ ସର୍ବ ସମ୍ମତି ପ୍ରସ୍ତାବ ନିଆଯାଇଥିଲା ଓ ଦାବୀ ପୁରଣ ପାଇଁ ଡିଏଫଓ ପଦକ୍ଷେପ ନ ନେଲେ ଆଗାମୀ ଦିନ କେନ୍ଦୁପତ୍ର ସଂଘ ଆନ୍ଦୋଳନ ପାଇଁ ଋଣନୀତି ପ୍ରସ୍ତୁତ କରିଥିଲା। ଏ ସ୍ବତନ୍ତ୍ର ଆଲୋଚନାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଦସ୍ୟ ମାନେ ବର୍ତ୍ତମାନ ସାରା ଦେଶରେ ରକ୍ତର ଆବଶ୍ୟକତା ଥିବାରୁ ଏକ ରକ୍ତଦାନ ଶିବିର ଆୟୋଜନ କରିବାର ନିଷ୍ପତ୍ତି ନେଇଥିଲେ। ଏହି ବୈଠକରେ ହେଡଚେକର ରାଜେନ୍ଦ୍ର ପ୍ରସାଦ ଯୋଶୀ, ଋଷବ ପ୍ରଧାନ, ନିମାଇଁ ଚରଣ ବେଲଗେରିଆ, କେଶବ ପଟେଲ, ବସନ୍ତ ସାହୁ, ହରିହର ସା, ସୁରେଶ ପଣ୍ତା, ପ୍ରଫୁଲ୍ଲ ସମେତ ସଂଘର ବରିଷ୍ଠ ନେତା ସତ୍ୟବାନ ପ୍ରଧାନ, ଅରମାନ ଖାଁ, ସାଇଧର ପାଣ୍ତେ, ମଧୁସୂଦନ ବେହେରା, ମହେନ୍ଦ୍ର ପ୍ରଧାନ, ହଜାରୁ ପ୍ରଧାନ, ଭାର୍ତ୍ତିକ ନାଗ ଆଦି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.