Home କେନ୍ଦୁଝର ହାଟଡିହି ବ୍ଲକରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ବ୍ଲକରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

42

ହାଟଡ଼ିହି, ୧୩ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଲୋକମାନେ ସଚେତନ ହେଉ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି । ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ଏହା କ୍ରମଶ ହ୍ରାସ ପାଉଥିବାବେଳେ ହାଟଡିହି ବ୍ଲକର ବିଭିନ୍ନ ଗ୍ରାମରେ ସଂକ୍ରମିତଙ୍କ ସଖ୍ୟା ଦିନକୁ ଦିନ ବଢ଼ିବଢ଼ି ଚାଲିଛି । ଗତ ତିନିଦିନ ଭିତରେ ୬୪ଜଣ ପଜେଟିଭ ଚିହ୍ନଟ ହେବାରୁ ବର୍ତ୍ତମାନ ସୁଧା ସଂକ୍ରମିତଙ୍କ ସଂଖ୍ୟା ୯୫୬ରେ ପହଞ୍ଚିଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ଗତ ୧୦ତାରିଖ ଦିନ ୨୩ଜଣ ଚିହ୍ନଟ ହୋଇଥିବାବେଳେ ୧୧ତାରିଖ ଦିନ ୧୩ଜଣ ଓ ୧୨ତାରିଖ ଦିନ ୨୮ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ୧୧ତାରିଖରେ ଚିହ୍ନଟ ହୋଇଥିବା ୨୮ଜଣଙ୍କ ମଧ୍ୟରେ ଜମ୍ଭୀରା ପଞ୍ଚାୟତରେ ୧୯ଜଣ, ବାଙ୍ଗୋର ପଞ୍ଚାୟତରେ ୨ଜଣ, ଆମ୍ବୋ ପଞ୍ଚାୟତରେ ୩ଜଣ, ଆଇତିପୁର ପଞ୍ଚାୟତରେ ଜଣେ, ଓରାଳି ପଞ୍ଚାୟତରେ ଜଣେ, ଷଡଙ୍ଗ ପଞ୍ଚାୟତରେ ଜଣେ, ସୁଲଣ ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.