Home ଜିଲ୍ଲା ପରିକ୍ରମା ଏନଏଚ୍ କଡରୁ ମାଟି ଉଠା ଘଟଣା ; କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ରାଜସ୍ୱ ବିଭାଗ, କାର୍ଯ୍ୟବନ୍ଦ...

ଏନଏଚ୍ କଡରୁ ମାଟି ଉଠା ଘଟଣା ; କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ରାଜସ୍ୱ ବିଭାଗ, କାର୍ଯ୍ୟବନ୍ଦ ସାଙ୍ଗକୁ ଦେଢ ଲକ୍ଷ ଟଙ୍କା ଜରିମାନା

78

କୋଲାବିରା, ୧୨।୬(ଓଡିଆ ପୁଅ / ନିଶିତ କୁମାର ବହିଦାର) କୋଲାବିରା ତହସିଲ ଅନନ୍ତର୍ଗତ ଶିରିଆପାଲି ନାଲା ନିକଟରେ ରାଜପଥକୁ ଲାଗି ବହୁଳ ପରିମାଣରେ ଚାଷଜମିରୁ ମାଟି ଉଠାଯାଉଥିବା ଫଳରେ ମାଟି ଉଠାଣରୁ ରାସ୍ତା ଓ ସେତୁକୁ ବିପଦ ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଆଜି କୋଲାବିରା ରାଜର୍ୱ ବିଭାଗ ପକ୍ଷରୁ ପତ୍ୱରତା ପ୍ରକାଶ ପାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଆଜି ଉକ୍ତ କାର୍ଯ୍ୟକୁ ବନ୍ଦ କରାଯିବା ସହିତ ଆର୍ଥିକ ଦଣ୍ଡରେ ଦଣ୍ଡତ କରାଯାଇଛି। କୋଲାବିରା ତହସିଲଦାର ଦିଲ୍ଲିପ ପ୍ରଧାନ ସ୍ଥାନୀୟ ପୁଲିସ ସହାୟତାରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ ଏବଂ ବେନିୟମ ଭାବରେ ମୃତିକା ଖନନ କରାଯାଉଥିବା ସହ ରାସ୍ତାକଡରୁ ଏବଂ ବ୍ରିଜ ନିକଟରୁ ଅତି ଗଭୀରତାରୁ ମାଟି ଖୋଲାଯାଉଥିବା ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ କାର୍ଯ୍ୟବନ୍ଦ କରିବାକୁ ଆଦେଶ ଦେବାସହିତ ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଦୁଇଟି ବଡ ପ୍ରୋକଲିନ ମେସିନ, ଗୋଟିଏ ଗ୍ରେଡର ମେସିନ ଏବଂ ୩ଟି ହାଇଓାକୁ ଜବତ କରି ପୁଲିସର ଜିମାଦେଇଥିଲେ। ତହସିଲଦାରଙ୍କ ପକ୍ଷରୁ ଚଢାଉ କରାଯାଉଥିବା ସୂଚନା ପାଇବା ମାତ୍ରକେ ଗାଡି ଗୁଡିକର ଚାଳକ ମାନେ ସେଠାରୁ ଚମ୍ପଟ ମାରିଥିଲେ। ପରେ ତହସିଲଦାରଙ୍କ ସମକ୍ଷ ଗାଡି ଓ ମେସିନ ବାବଦକୁ ଦେଢଲକ୍ଷ ଜରିମାନା ପୈଠ କରିବା ପରେ ଗାଡିଗୁଡିକୁ ମୁକ୍ତ କରାଯାଇଥିଲା ମାତ୍ର ଉକ୍ତ କାର୍ଯ୍ୟକୁ ବନ୍ଦ କରିବାକୁ ଆଦେଶ ଦେବା ସହିତ ପରବର୍ତି ଅନୁମତି ନ ମିଳିବା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ କୈାଣସି ପ୍ରକାର ଖନନ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ତହସିଲଦାର ଶ୍ରୀପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଜମିମାଳିକ ଶିରିଆପାଲି ଗ୍ରାମର ଶୋଭାକାନ୍ତ ନାଏକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଏହି ବେଆଇନ କାର୍ଯ୍ୟ ପାଇଁ ଆଂଚଳିକ ପ୍ରଦୁଷଣ ବିଭାଗ ଝାରସୁଗୁଡାକୁ ଲିଖିତ ଭାବରେ ଅବଗତ କରାଯାଇଥିବା ନେଇ ତହସିଲଦାର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ସୁଚନାଯୋଗ୍ୟ ଯେ କୋଲାବିରା ତହସିଲ ଅନନ୍ତର୍ଗତ ଶିରିଆପାଲି ନାଲା ନିକଟରେ ରାଜପଥକୁ ଲାଗି ବହୁଳ ପରିମାଣରେ ଚାଷଜମିରୁ ମାଟି ଉଠାଯାଉଛି। କିଛିଦିନ ହେଲା କୈାଣସି ବିଭାଗୀୟ ଅନୁମତି ବିନା ବଡବଡ ମେସିନ ଏବଂ ହାଇଓା ଲଗେଇ ଦିନରାତି ଉକ୍ତ ସ୍ଥାନରୁ ମାଟି ଖୋଲି ଅନ୍ୟତ୍ର ପକାଯାଉଛି। ଏନଏଚକୁ ଲାଗି ଗଭୀର ଗର୍ତକରି ମାଟି ଉତେ୍ାଳନ କରାଯାଉଥିବାରୁ ମୁଖ୍ୟ ରାସ୍ତାପ୍ରତି ବିପଦ ଦେଖାଦେଇଛି। ନିୟମାନୁଯାୟୀ ଚାଷ ଜମିରୁ ଅଣଚାଷ କାର୍ଯ୍ୟ ସକାଶେ ଖନନ ପାଇଁ ରାଜତ୍ୱ ବିଭାଗର ଅନୁମତିର ନିହାତି ଆବଶ୍ୟକତା ରହିଥାଏ ତାଛଡା କେତେ ଜମିରୁ କେତେ ପରିମାଣ ଗଭିରତା ପର୍ଯ୍ୟନ୍ତ ମାଟି ଖନନ କରାଯାଇପାରିବ ସେନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶାନାମା ରହିଛି। ମାତ୍ର ଏଠି ସମସ୍ତ ସରକାରୀ ନିୟମକୁ ଜଲାଜଂଳୀ ଦେଇ ଦୃତଗତୀରେ ଆଗେଇ ଚାଲିଛି ମୃତିକା ଖନନ କାର୍ଯ୍ୟା ତାହାପୁଣି ଅଳ୍ପ ପରିମାଣରେ ନୁହେଁ ଅତିକମରେ ୨୦ଫୁଟରୁ ଅଧିକ ଗଭିରତା ପର୍ଯ୍ୟନ୍ତ ଖୋଳାଚାଳଲିଛି। ସେଠାରୁ ମାଟି ଉଠେଇ ନିକଟରେ ଥିବା ଏକ ଗୋଚର ପ୍ଲଟରେ ମାଟିକୁ ଇତସ୍ଥତ ପକାଯାଉଛି। ତେବେ କଉ ଉଦ୍ଦେଶ୍ୟରେ ଏବଂ କାହା ଅନୁମତି ବଳରେ ଏପରି ବେନିୟମ କାର୍ଯ୍ୟକରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଂକ୍ରାନ୍ତରେ କୋଲାବିରା ତହସିଲଦାର ଦିଲ୍ଲିପ ପଧାନଙ୍କ ଜ୍ଞାତସାରକୁ ଆସିବା ପରେ ଉକ୍ତ ଖନନକାର୍ଯ୍ୟର ସବିଶେଷ ତଥ୍ୟ ପତ୍ରାପାଲି ରାଜସ୍ୱ ନିରୀକ୍ଷକଙ୍କୁ ମଗାଯାଇଥିଲା। ଗତକାଲି ରାଜସ୍ୱ ନିରୀକ୍ଷକ ସୁନିତା ବେହେରା ଉକ୍ତସ୍ଥାନଟି ଶିରିଆପାଲି ମୈାଜାର ଖାତା ସଂଖ୍ୟା ୨୦୪, ପ୍ଲଟ ସଂଖ୍ୟା ୧୭୧୮/୨୫୦୦ଅନ୍ତର୍ଗତ ୧ଏକଡ ୧୨ ଡିସମୋଲ ଯାଗା ଶିରିଆପାଲି ଗ୍ରାମର ଶୋଭାକାନ୍ତ ନାଏକଙ୍କ ଏବଂ ସେଠାରେ ବେଆଇନ ଭାବରେ ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲେ। ତେବେ ଏକ ବିଶ୍ୱସ୍ତସୂତ୍ରରୁ ଜଣାପଡିଛି ଯେ ଉକ୍ତ ସ୍ଥାନରୁ ମାଟିକୁ କାଢି ସେଠାରେ କାରଖାନାରୁ ନିର୍ଗତ ବିଶାକ୍ତ ପାଉଁଶ ପୋତା ହେବାର ମସୁଧା ଚାଲିଛି। ନିକଟରେ ପ୍ରବାହିତ ନାଳାକୁ ଲାଗୁ ପାଉଁଶ ପୋତହେଲେ ନାଲାପାଣି ଦୁଃଶିତ ହେବା ସହିତ ଅଖପାଖର ଚାଷଜମିକୁ ନାଲାପାଣି ପଶି ଚାଷଜମି ନଷ୍ଟ ହେବ, ଏପରିକି ବ୍ରିଜ ନିକଟକୁ ଲାଗି ବର୍ତମାନ ବର୍ଷାସମୟରେ ମାଟି ଖୋଲାଯାଉଥିବାରୁ ବ୍ରିଜ ପ୍ରତି ମଧ୍ୟ ବିପଦ ରହିଛି। ତାଛଡା ପାଉଁଶ ଓ ମାଟିରେ ପୋତି ହୋଇ ଅନେକ ଛୋଟ ବଡ ଗଛ ଲୁପ୍ତ ହେବାର ସମ୍ଭାବନା ରହିଛି। ପରିବେଶ ସନ୍ତୁଳନର ସହାୟକ ମୁଲ୍ୟବାନ ଗଛ ଗୁଡିକର ଜୀବନ ନଷ୍ଟ ସହୁଠୁ ଅଧିକ କ୍ଷତିକାରକ ଭାବରେ ଉଭା ହେବ। ଉକ୍ତ ୧ଏକଡ୧୨ ଡେସିମିଲ ଜମିକୁ ଲାଗି ରହିଥିବା ଅନ୍ୟ ଚାଷ ଜମିମଧ୍ୟ ପାଉଁଶ ଯୋଗୁଁ ପ୍ରଭାବିତ ହେବ। ତେଣୁ ଏପରି ପରିସ୍ଥିତିରେ ଉକ୍ତ ସ୍ଥାନରେ ପାଉଁଶ ନପକେଇବାକୁ ଜନସାଧାରଣରେ ଦାବି ହେଉଛି। ଏସଂକ୍ରାନ୍ତରେ ତହସିଲଦାର ଶ୍ରୀ ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ସେ ପ୍ରକାଶ କରିଛନ୍ତି ଯେ ଚାଷ ଜମିରୁ ଅଣଚାଷ କାର୍ଯ୍ୟପାଇ ଅନୁମତି ବିନା ଖନନ କରାଯିବାର କୈାଣସି ନିୟମ ନାହିଁ , ତାଛଡା ରାସ୍ତା କଡରୁ ଓ ବ୍ରିଜ ନିକଟରୁ ମାଟି ଖୋଲିବା ନିୟମ ବିରୁଦ୍ଧ ତେଣୁ ଉକ୍ତକାର୍ଯ୍ୟକୁ ବର୍ତମାନ ବନ୍ଦ କରିଦିଆଯାଇଛି ଏବଂ ଜମିମାଳିକକୁ କାରଣ ଦର୍ଶଅ ନୋଟିସ କରାଯିବା ସହିତ ପ୍ରଦୁଷଣ ବୋର୍ଡକୁ ଏସଂକ୍ରାନ୍ତରେ ଜଣେଇଦିଆଯାଇଛି। ଏହା ପୂର୍ବରୁ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟର ରତଥିଲେ , ଏବଂ ଅଳ୍ପ କିଛି ଦିନ ପୂର୍ବରୁ କୋଲାବିରା ତହସିଲଦାର ଭାବରେ ଯୋଗଦେଇଛନ୍ତି। ହେଲେଯୋଗଦେବା ଏଇ ଅଳ୍ପ ସମୟ ଭିତରେ ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭୀନ୍ନ ସ୍ଥାନରେ ଚଢାଉ କରାଯାଇ ରାଜସ୍ୱ ଫାଙ୍କୁଥିବା ଅନେକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଆର୍ଥିକ ଦଣ୍ଡରେ ଦଣ୍ଡିତ କରିସାରିଲେଣି। ତାଙ୍କର ଏପରି କର୍ତବ୍ୟନିଷ୍ଟକୁ କୋଲାବିରା ଅଂଚଳର ଲୋକେ ପ୍ରଶଂସା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.