Home ଓଡ଼ିଶା ୫୩ତମ ରାଜ୍ୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

୫୩ତମ ରାଜ୍ୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

160

କଟକ୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ପୁଲିସ ପ୍ରଶିକ୍ଷଣ ବୈରୀ ଠାରେ ଗତ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ୫୩ ତମ ରାଜ୍ୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୁଲିସ ଆରକ୍ଷୀ ମହାନିର୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଇବା ସହ ସଫଳତା ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

 

ବନ୍ଧୁକ ଚାଳନା କ୍ଷେତ୍ରରେ ଓଡିଶା ପୁଲିସର ସର୍ବଭାରତୀୟ ସ୍ତରରେ ଏକ ସୁନାମ ଅଛି । ଭଲ ଅଭ୍ୟାସ ଜାରୀ ରଖିଲେ ଭବିଷ୍ୟତରେ ସର୍ବଭାରତୀୟ ପୁଲିସ ପ୍ରତିଯୋଗୀତାରେ ଅଧିକ ସଫଳ ହାସଲ ପାଇଁ ଶ୍ରୀ ଅଭୟ ପ୍ରତିଯୋଗୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପ୍ରତିଯୋଗୀତାରେ ଭୁବନେଶ୍ୱର ଏସ୍‌ଓଜି ୨୫୪୭ ପଏଣ୍ଟ ପାଇ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କମିଶନରେଟ୍ ପୁଲିସ ୨୫୨୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ପାଇଛି । ସେହିପରି ଆଇଆର ବାଟାଲିୟନ, ଲାୟନ ଦଳ ୨୩୮୪ ପଏଣ୍ଟ ପାଇ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ କଟକ ଓ.ଏସ.ଏ.ପି ଷଷ୍ଟ ବାଟାଲିୟନ ୨୩୮୩ ପଏଣ୍ଟ ପାଇ ୪ର୍ଥ ସ୍ଥାନ ଓ.ଏସ.ଏ.ପି ରାଉରକେଲା ୨୨୦୬ ପଏଣ୍ଟପାଇ ପଞ୍ଚମ ଓ ଓ.ଏସ.ଏ.ପି ତୃତୀୟ ବାଟାଲିୟନ କୋରାଫୁଟ ୨୧୩୬ ପଏଣ୍ଟ ପାଇ ଷଷ୍ଟ ସ୍ଥାନ ହାସଲ କରିଥିବା ଜଣାପଡିଛି । ଏହି ପ୍ରତିଯୋଗୀତାରେ ବିଭିନ୍ନ ପୁଲିସ ଜିଲ୍ଲା,ବାଟାଲିୟନ ଓ ପ୍ରତିଷ୍ଟାନରୁ ୨୪ ଟି ଦଳ ଓ ୩୩୬ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.