Home ଜିଲ୍ଲା ପରିକ୍ରମା ସମାଜସେବୀ କୃଷ୍ଣ ମହାକୁଡଙ୍କ ପରଲୋକ

ସମାଜସେବୀ କୃଷ୍ଣ ମହାକୁଡଙ୍କ ପରଲୋକ

107

ଯାଜପୁର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପଦରପଦା ପଂଚାୟତର କାଜିପାଟଣା ଗ୍ରାମର ବରିଷ୍ଠ ସମାଜସେବୀ ତଥା ୰ ଅଶୋକ ଦାସଙ୍କ ବଳିଷ୍ଠ ସହଯୋଗୀ ଓ ପୂର୍ବତନ ୱାର୍ଡ ସଭ୍ୟ କୃଷ୍ଣ ଚନ୍ଦ୍ର ମହାକୁଡଙ୍କର ଆଜି ୮୬ ବର୍ଷରେ ତାଙ୍କ ବାସଭବନରେ ଭୋର ସାଢେ ୪ଟା ବେଳେ ପରଲୋକ ଘଟିଛି ।

 

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ, ଶିକ୍ଷାବିତ୍‌, ରାଜନେତା, ଜନପ୍ରତିନିଧି ପହଂଚି ଶ୍ରୀ ମହାକୁଡଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ମରଶରୀରକୁ ପୂର୍ଣ୍ଣତୋୟା ବୈତରଣୀ ନଦୀକୁ ନିଆଯାଇ ଶେଷକୃତ ସମ୍ପନ୍ନ କରାଯାଇଥିଲା । ବଡ ପୁଅ କରୁଣାକର ମୁଖାଗ୍ନୀ ଦେଇଥିବା ବେଳେ ପୁଅ ବିଶ୍ୱମ୍ଭର, ମାୟାଧର, ୩ ବୋହୁ, ନାତିନାତୁଣୀ, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସରପଂଚ ପ୍ରକାଶ ଚନ୍ଦ୍ର ମଲ୍ଲିକ, ସମିତିସଭ୍ୟା ପ୍ରତିନିଧି ସନ୍ତୋଷ କୁମାର ବେହେରା, ସୁବାସ ଧଳ, କରୁଣାକର ମାଝୀ, ଗଙ୍ଗାଧର ସାହୁ, ସନାତନ ମହାକୁହ, ନୀଳମଣୀ ଦାସ, ବୃନ୍ଦାବନ ମହାକୁଡ, ପ୍ରେମେଶ ମହାକୁଡ, ଶ୍ୟାମସୁନ୍ଦର ବାରିକ, ରାଜ କିଶୋର ଦାସଙ୍କ ସମେତ ବହୁ ବୁଦ୍ଧିଜିବୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.