Home କୋରାପୁଟ ୫୨ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଂଟନ

୫୨ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଂଟନ

67

କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ତହସିଲ ଅଧିନସ୍ଥ କୁମ୍ଭା-୧ ମୈାଜାର ପୂଜାରୀପୁଟ ବସ୍ତିରେ ୫୨ ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଂଟନ କରାଯାଇଛି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଲୋକଙ୍କ ନିକଟରେ  ସମସ୍ତ ରାଜସ୍ୱ ସୁବିଧା ପହଂଚାଇବାରେ କୋରାପୁଟ ଜିଲ୍ଲା ପ୍ରଶାସନ ଆଗୁଆ ରହିବାର ପ୍ରମାଣ ଦେଇଥିବା ଜଣାପଡିଛି ।କୋରାପୁଟ ତହସିଲଦାର ରଂଜନ କୁମାର ମାନସେଠ, ଅତିରିକ୍ତ ତହସିଲଦାର ସସ୍ମିତା କୁମାରୀ ଜେନା, ରାଜସ୍ୱ ପରିଦର୍ଶକ ରଘୁନାଥ ଖଟେଇ, ରାଜସ୍ୱ ନିରୀକ୍ଷକ ମନୋଜ ଭତ୍ରା, ସହକାରୀ ରାଜସ୍ୱ ନିରୀକ୍ଷକ ସବିତା ପାତ୍ର ,ବରିଷ୍ଠ ରାଜସ୍ୱ ସହାୟକ ଗୁପ୍ତ ପ୍ରସାଦ ଦାସ ପ୍ରମୁଖ ପୂଜାରୀପୁଟ ବସ୍ତିକୁ ଯାଇ ସମସ୍ତ ହିତାଧିକାରୀଙ୍କ ଘରେ ପହଂଚି ଗ୍ରାମକଣ୍ଠ ପରମ୍ବକ ଘରବାରି ସତ୍ୱରେ ଜମିପଟ୍ଟା ବଂଟନ କରିଥିଲେ ।ଜିଲ୍ଲା ପ୍ରଶାସନ ଘରପାଖରେ ପହଂଚି ଏପରି ସୁବିଧା ପ୍ରଦାନ କରିଥିବାରୁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଥିଲା ।ଏହି ସୁବିଧା ସର୍ବସାଧାରଣଙ୍କୁ ସର୍ବଦା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ମାନସେଠ ପ୍ରକାଶ କରିଛନ୍ତି ।ଗତ ଏପ୍ରିଲ ମାସରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ପରିଦର୍ଶକ ଗୋଲକ ବିହାରୀ ପରିଡା ,ରାଜସ୍ୱ ନିରୀକ୍ଷକ ଦୁର୍ଯ୍ୟୋଧନ ନାୟକ  କ୍ଷେତ୍ର କର୍ମଚାରୀଙ୍କ ସହ ତଦନ୍ତ କରି ସତ୍ୱାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.