Home କୋରାପୁଟ ୩୩ କେଭି ବିଦ୍ୟୁତ ଆଘାତରେ ଯୁବକ ଗୁରୁତର , ବ୍ରହ୍ମପୁର ମେଡିକାଲକୁ  ସ୍ଥାନାନ୍ତର

୩୩ କେଭି ବିଦ୍ୟୁତ ଆଘାତରେ ଯୁବକ ଗୁରୁତର , ବ୍ରହ୍ମପୁର ମେଡିକାଲକୁ  ସ୍ଥାନାନ୍ତର

44

କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟିର ପୂଜାରୀପୁଟର ଏକ ବେସରକାରୀ ଗୃହରେ କାର୍ଯ୍ୟ କରୁଥିବା ସମୟରେ ୩୩ କେଭି ବିଦ୍ୟୁତ ଆଘାତରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।ପୂଜାରୀପୁଟର ରମେଶ ନାମକ ବ୍ୟକ୍ତିଙ୍କ ଘରେ ପ୍ଲାଷ୍ଟିକ ସିଟ କାର୍ଯ୍ୟକରିବାକୁ ଠିକାଦାର ଲଛନାଙ୍କ ସହ ଅନ୍ୟ ଶ୍ରମିକ ଆସି କାମ କରୁଥିଲେ ।ଛାତ ଉପରେ ୩ ଜଣ ଓ ଛାତ ତଳେ ରମେଶ ଖରା ଏବଂ ରାମଦାସ ଖିଲ କାମ କରୁଥିଲେ ବୋଲି ଜଣାପଡିଛି ।୩୩ କେଭି ବିଦ୍ୟୁତ ଲାଇନ ତଳେ କାର୍ଯ୍ୟ କରୁଥିବା ସମୟରେ ରାମଦାସ ଖିଲ ବିଦ୍ୟୁତ ଆଘାତରେ   ଆହତ ହୋଇ କୋରାପୁଟ ହସପିଟାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନସରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଏ ସଂପର୍କରେ କୋରାପୁଟ ଟାଉନ ପୋଲିସକୁ ଅବଗତ କରାଯାଇଥିବା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ମନୋରଂଜନ ମାର୍ଥା ସୂଚନା ଦେଇଛନ୍ତି ।ଅନେକ ବର୍ଷ ତଳେ ଉକ୍ତ ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସି  ଜଣେ ମହିଳା ମୃତ୍ୟବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.