Home କୋରାପୁଟ କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୪ ହଜାର ଜଣ ବ୍ୟକ୍ତି କୋଭିଡ  ଟୀକା...

କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୪ ହଜାର ଜଣ ବ୍ୟକ୍ତି କୋଭିଡ  ଟୀକା ନେଇଛନ୍ତି –ଡା. ବେଉରା

41

କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୬  ଲକ୍ଷ ୨୪ ହଜାର ଜଣ ବ୍ୟକ୍ତି କୋଭିଡ ଟୀକା ନେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।ଜାନୁଆରୀ ୧୬ ତାରିଖରୁ କୋରାପୁଟ ଜିଲ୍ଲାରେ କୋଭିଡ ଟୀକାକରଣ ଆରମ୍ଭ କରାଯାଇଥିବା ବେଳେ ୧ମ ଡୋଜରେ ୯୪ ପ୍ରତିଶତ ସ୍ୱାସ୍ଥ୍ୟକର୍ମି ଟୀକା  ନେଇଥିବା ବେଳେ୨ୟ ଡୋଜରେ ୯୧ ପ୍ରତିଶତ ଟୀକା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ସାମୁଖ୍ୟ ଯୋଦ୍ଧାର ୧ମ ଡୋଜରେ ୧୦୨ ପ୍ରତିଶତ ଟୀକା ଦିଆଯାଇଥିବା ବେଳେ ୨ ୟ ଡୋଜରେ ୬୫ ପ୍ରତିଶତ ଟୀକାକରଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।୧୮ରୁ ୪୪ ବର୍ଷ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ୩୭.୫୨ ପ୍ରତିଶତ ,୪୫ ରୁ ୫୯ ବର୍ଷ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ୬୪ ପ୍ରତିଶତ ଟୀକାକରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି ।୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ୧ମ ଡୋଜରେ ୬୧ ପ୍ରତିଶତ ଓ ୨ୟ ଡୋଜରେ ୩୧ ପ୍ରତିଶତ ଟୀକାକରଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ସହରାଂଚଳରେ ଏ  ପର୍ଯ୍ୟନ୍ତ ୧ ଲକ୍ଷ ୬୧ ହଜାର ବ୍ୟକ୍ତି କୋଭିଡ ଟୀକା ନେଇଥିବା ବେଳେ ଗ୍ରାମାଂଚଳରେ ୪ ଲକ୍ଷ ୮୩ ହଜାର ବ୍ୟକ୍ତି ଟୀକା ନେଇଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲାକୁ ୫୦ ହଜାର ଡୋଜ କୋଭିଡ ଟୀକା ଆସୁଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.