Home ଓଡ଼ିଶା ୫୦ ଫୁଟ ପୋଲ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

୫୦ ଫୁଟ ପୋଲ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

128

ଯୋଡା, ୧୮/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରେମିକ ହାତ ଛାଡିଦେଲା, ପୁଲିସ ବୁଝିଲାନି, ଘର ଲୋକ ଗ୍ରହଣ କଲେନି, ଶେଷରେ ଜଣେ ଯୁବତୀ ୫୦ ଫୁଟ ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ଟାଟା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ, ଯୋଡା ଥାନା ଅନ୍ତର୍ଗତ ଆଜାଦବସ୍ତିର ଲୋଆନ୍ତି ଦାସ ନାମକ ଜଣେ ଯୁବତୀ ସିଗ୍ରିଗେସନ ଟାଟା କମ୍ପାନୀ କଲୋନୀରେ ବାପାଙ୍କ ସହିତ ରହୁଥିବା ରୋନୀ ପାତ୍ର ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ୨ମାସ ତଳେ ରୋନୀ ଯୁବତୀ ଜଣଙ୍କୁ ନେଇ ତାଙ୍କ ଗାଁ କୁ ନେଇ ପଳାଇଥିଲା। ସେଠାରେ ପ୍ରାୟ ୭ଦିନ ରହିବା ପରେ ଘରୁ ନେଇଥିବା ପଇସା ସରିଯିବାରୁ ସେମାନେ ପୁନର୍ବାର ଯୋଡା ଫେରିଆସିଥିଲେ। ପୁଅର ବାପା ଉପେନ୍ଦ୍ର ପାତ୍ର ଟାଟା କମ୍ପାନୀରେ କାର୍ଯ୍ୟରତ ଜଣେ କର୍ମଚାରୀ। ସେ ଏବଂ ତାଙ୍କ ସ୍ତ୍ରୀ ସେ ଝିଅକୁ ବୋହୁ ରୂପେ ଗ୍ରହଣ ନକରିବାରୁ ଝିଅ ତାର ବାପ ଘରକୁ ଫେରିଯାଇଥିଲା। ତେବେ ଝିଅର ବାପାଙ୍କର ଦେହାନ୍ତ ଘଟିଥିବା ବେଳେ ମା ଏବଂ ଭାଇଙ୍କ ସହିତ ସେ ରହୁଥିଲେ। ଏହାରି ଭିତରେ ଯୁବତୀ ଜଣଙ୍କ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲା। ଏବଂ ଆପୋଶ ବୁଝାମଣା କରିବା ପାଇଁ ପରାମର୍ଶ ଦେଇଥିଲା। ପରେ ପୁଅର ବାପା ଉପେନ୍ଦ୍ର ଝିଅ ର ମା ସହିତ କଥାବର୍ତ୍ତା କରି ଝିଅକୁ ବୋହୁ ରୂପେ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବଦଳରେ ତାଙ୍କ ପୁଅ ପାଠ ସାଠ ପଢିଥିବାରୁ ମା ବାପା ଏବଂ ପୁଅ ଗୋଟିଏ ମୋଟରସାଇକେଲ ଏବଂ କିଛି ଯୈାତୁକ ଦାବି କରିଥିଲେ। ଯାହା ଝିଅ ପରିବାର ପକ୍ଷେ ଦେବା ଅସମ୍ଭବ ହୋଇଥିଲା। ଫଳରେ ମଙ୍ଗଳବାର ଝିଅ ସୁନା ନଦୀ ଉପରେ ଥିବା କୁନ୍ଦୁରୁନାଲା ବ୍ରିଟିସ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା। ତେବେ ଦୈବାତ ସେ ବଞ୍ଚି ଯାଇଥିବା ବେଳେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଟାଟା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ବହୁତ ସମୟ ଧରି ତାଙ୍କର ସଞ୍ଜା ଫେରିନଥିବା ବେଳେ ଟାଟା ଡାକ୍ତରଖାନାର ଡାକ୍ତର ଉତ୍ତମ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତରଣ କରିବା ପାଇଁ କହିଛନ୍ତି। ତେବେ ଆର୍ôଥକ ସମ୍ବଳ ନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇନାହିଁ। ଏହିପରି ଘଟଣା ଖଣି ଅଞ୍ଚଳରେ ବାରମ୍ବାର ଘଟୁଥିବା ବେଳେ ପୁଲିସ ଏଥିପ୍ରତି ଅଧିକ ଯତ୍ନବାନ ଏବଂ ସମ୍ବେଦନଶୀଳ ହେବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.