Home ଅପରାଧ ଦୁର୍ନୀତି ଗନ୍ତାଘର ପିଠାଗୋଳା ଗ୍ରାମପଞ୍ଚାୟତ, କାର୍ଯ୍ୟାଳୟ ଘେରିଲେ ଜନସାଧାରଣ, ଅଭିଯୋଗକାରୀଙ୍କୁ ଆକ୍ରମଣ

ଦୁର୍ନୀତି ଗନ୍ତାଘର ପିଠାଗୋଳା ଗ୍ରାମପଞ୍ଚାୟତ, କାର୍ଯ୍ୟାଳୟ ଘେରିଲେ ଜନସାଧାରଣ, ଅଭିଯୋଗକାରୀଙ୍କୁ ଆକ୍ରମଣ

385

ହରିଚନ୍ଦନପୁର,ତା ୧୮ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ରାଜ୍ୟରେ ଗରିବ ଆଦିବାସୀ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ସେହି ଯୋଜନାର ସୁଫଳ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଁଚୁ ନାହିଁ । ଯାହା ଆସୁଛି ତାହା ବାଟ ମାରଣା ହୋଇଯାଉଥିବାର ଦେଖିବାକୁ ମିଳିଛି । ଏହାର ପ୍ରତିବାଦ କଲେ ଆକ୍ରୋଶର ଶିକାର ହେବାକୁ ପଡୁଛି ନିରିହ ଗରିବ ହିତାଧିକାରୀଙ୍କୁ । ଏହି ଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତରେ ଦେଖିବାକୁ ମିଳିଛି । ସରକାରଙ୍କ ବିଭିନ୍ନ ଯୋଜନାରେ କେବଳ କାଖଜ କଲମରେ ହିତାଧିକାରୀଙ୍କ ନିକଟରେ ପହଁଚିଥିବା ବେଳେ ବାସ୍ତବରେ ଏବେବି ଏହି ପଞ୍ଚାୟତରେ ଥିବା ଜୁଆଙ୍ଗ ଓ ଆଦିବାସୀ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ଯାହାକୁ ନେଇ ପ୍ରତିବାଦ କିରିବା ପାଇଁ ଆକ୍ରମଣର ଶିକାର ହୋଇ ନ୍ୟାୟ ପାଇଁ ଥାନା ଦ୍ବାରସ୍ଥ ହୋଇଛନ୍ତି । ଗରୀବ ହିତାଧିକାରୀମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା କିନ୍ତୁ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ବାଟ ମାରଣା ହେଇଯାଉଛି । ହେଲେ କାଗଜପତ୍ରରେ ହିତାଧିକୀରୀଙ୍କ ନିକଟରେ ପହଞ୍ଚି ସାରିଛି । ଉକ୍ତ ପଞ୍ଚାୟତରେ ଅନେକ ହିତାଧିକାରୀ ନାମରେ ଘର ଥିବା ବେଳେ ବାସ୍ତବରେ ମୁଣ୍ଡ ଗୁଞ୍ଜିବା ପାଇଁ ନାହିଁ ଆଶ୍ରୟ, ପର ଘର ବାରଣ୍ଡାରେ ରହୁଛନ୍ତି ହିତାଧିକାରୀ । ଶହଶହ ପାଇଖାନା ବିଲ ହୋଇଥିବା ବେଳେ ଲୋକଙ୍କ ଘର ନିକଟରେ ପାଇଖାନା ନାହିଁ । ଏପରିକି ଗ୍ରାମରେ ଲାଗିବାକୁ ଆସିଥିବା ଷ୍ଟି୍ଟ୍ ଲାଇଟ୍ ଲାଗିନଥିବା ବେଳେ କାଗଜ କଲମରେ ଲଗା ସରିଛି । ନିରକ୍ଷରତାରା ଫାଇଦା ଉଠାଇ ହିତାଧିକାରୀଙ୍କ ଅର୍ଥକୁ ଆତ୍ମସାତ କରିଦିଆ ଯାଇଥିବା ଅଭିଯୋଗ ହୋଇଛି । ଏଠାରେ ଅଧିକାଂଶ ଜୁଆଙ୍ଗ ଓ ମୁଣ୍ଡା ସଂପ୍ରଦାୟ ଲୋକ ରହୁଥିବାକୁ ନେଇ ଏଠାରେ ହୋଇଛି ଏହିଭଳି ମହାଘୋଟାଲା । ତେବେ ଘଟଣା ସମ୍ପର୍କରେ ଜାଣିବା ଓ ତାର ପ୍ରତିବାଦ କରିଥିବା ଗ୍ରାମବାସୀ ଏବେ ଦୁର୍ନୀତିଖୋର ଅସାଧୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା କହିଛନ୍ତି । ତେବେ ଅନେକ ଦୁର୍ନୀତିର ବାସ୍ତବତା ଜାଣିବା ପାଇଁ ପଞ୍ଚାୟତବାସୀ ଓ କିଛି ୱାର୍ଡ ମେମ୍ବର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସରପଞ୍ଚଙ୍କୁ ତଥ୍ୟ ମାଗିଥିଲେ । ସରପଞ୍ଚ କିଛି ଦିନ ସମୟ ମାଗିବା ସହ ନିର୍ବାହୀ ଅଧିକାରୀ, ଗ୍ରାମ୍ୟ ରୋଜଗାର ସହାୟକଙ୍କ ଉପସ୍ଥିତିରେ ଦେବାକୁ କହି ସମୟ ଗଡାଇଥିଲେ । ଶେଷରେ ଶତାଧିକ ମହିଳା ଓ ଶତାଧିକ ପୁରୁଷ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିଲେ । ଏଥିସହ ସରପଞ୍ଚକୁ ଅଟକ ରଖିବା ପରେ ଦୁର୍ନୀତି ଘଟଣାକୁ ସ୍ବିକାର କରିବା ସହ ର୍ନିବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସହାୟକଙ୍କ କଥାରେ ସେ କେବଳ ଦସ୍ତଖତ କରିଛନ୍ତି କିନ୍ତୁ ଅର୍ଥ ଆତ୍ମସାତ କରିନାହାଁନ୍ତି ବୋଲି କହିଛନ୍ତି । ତେବେ ଏହି ଘଟଣାର ତଦନ୍ତ ପାଇଁ ଦାବି କରୁଥିବା ଗ୍ରାମବାସୀଙ୍କୁ ଡରାଇ ମୁହଁ ବନ୍ଦ କରିବା ପାଇଁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଅସାଧୁ ଲୋକଙ୍କ ସାମ୍ନା କରି ନପାରି ଭୟଭିତ ଗରିବ ଗ୍ରାମବାସୀ ଶେଷରେ ନ୍ୟାୟ ପାଇଁ ହରିଚନ୍ଦନପୁର ଥାନା ଦ୍ବାରସ୍ଥ ହେବା ସହ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏଥିସହ ନ୍ୟାୟ ନମିଳିଲେ ଆଗାମୀ ଦିନରେ ରାଜରାସ୍ତାକୁ ଉହ୍ଲାଇବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.