Home କେନ୍ଦୁଝର ଚାଉଳ ନପାଇବା ପ୍ରତିବାଦରେ ବିଡିଓଙ୍କୁ ଦାବିପତ୍ର

ଚାଉଳ ନପାଇବା ପ୍ରତିବାଦରେ ବିଡିଓଙ୍କୁ ଦାବିପତ୍ର

154

ହାଟଡିହି -୧୮ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ପଞ୍ଚାୟତର ଅଣା ଗ୍ରାମର ହିତାଧିକାରୀ ମାନେ ଚାଉଳ, ଗହମ ଭଳି ପିଡିଏସ ସାମଗ୍ରୀ କମ ପରିମାଣର ପାଇବାରୁ ଏହାର ପ୍ରତିବାଦରେ ଆଜି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ହିତାଧିକାରୀଙ୍କ ଅଭିଯୋଗ ଅନୁଯାଇ ଏବେ ପ୍ରତି ହିତାଧିକାରୀଙ୍କ ପାଇଁ ଦୁଇମାସର ଫ୍ରି ଚାଉଳ ଦିଆଯିବାର ବ୍ୟବସ୍ଥା ହୋଇଥିବାବେଳେ ପଞ୍ଚାୟତ ପକ୍ଷରୁ ମାତ୍ର ଗୋଟିଏ ମାସର ଚାଉଳ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି । ଫଳରେ ଏହାକୁ ନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ଚିନ୍ତାମଣୀ ବେହେରା, କୋଦଣ୍ଡଧର ବେହେରା, ସୁରେଶ ନାହାକ, ଅନିଲ କୁମାର ବେହେରା, ସୁବାସ ଚନ୍ଦ୍ର ବେହେରା, କୈଳାଶ ବେହେରା, ବିଜୟ ଜେନା, ପ୍ରଫୁଲ ଜେନା, ଗଗନ ଜେନା, ଭୀମ ଜେନା, ହରିହର ଜେନା, ଶମ୍ବୁନାଥ ନାୟକଙ୍କ ସମେତ ଅନେକ ହିତାଧିକାରୀ ଏ ସମ୍ପର୍କରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଅନୁସୁୟା ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯେଉଁ ଲୋକମାନଙ୍କ ଆଧାରକାର୍ଡ ସଂଯୋଗ ହୋଇ ନଥିଲା ସେମାନଙ୍କ ଚାଉଳ ଆସିନାହିଁ । ଫଳରେ ପଞ୍ଚାୟତକୁ ଟାର୍ଗେଟ କମ ଆସିଥିବାରୁ ନାମ କଟିଥିବା ହିତାଧିକାରୀଙ୍କ ଚାଉଳ ଦିଆଯାଇପାରି ନାହିଁ । ସରପଞ୍ଚ ଏ ସମ୍ପର୍କରେ ଆଜି ବିଡିଓଙ୍କ ସହିତ ମଧ୍ୟ ଆଲୋଚନା କରି ଚାଉଳ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.