Home Top News ୫୦ଲକ୍ଷରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ସହ ୭ ଗିରଫ: ମାଉଜର, ଖଣ୍ଡା, ବାଇକ ଜବତ

୫୦ଲକ୍ଷରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ସହ ୭ ଗିରଫ: ମାଉଜର, ଖଣ୍ଡା, ବାଇକ ଜବତ

50

ଭଦ୍ରକ, ୧୦/୨(ଓଡିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ଗ୍ରାମାଞ୍ଚଳ ଥାନା ପକ୍ଷରୁ ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ କରାଯାଇ ୫୧୬ ଗ୍ରାମର ବ୍ରାଉନ ସୁଗାର ସହ ୨ ମହିଳାଙ୍କ ସମେତ ୭ ଜଣକୁ ଗିରଫ କରାଯାଇଛି ବୋଲି ଆଜି ଅପରାହ୍ନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ୧୦ଟା ମୋବାଇଲ ଫୋନ, ୪ଟା ଖଣ୍ଡା, ୩ ଟା ଅଫୁଟା ଗୁଳି, ୩ ଟା ମ୍ୟାଗାଜିନ, ଗୋଟିଏ (ମାଉଜର)ବନ୍ଧୁକ, ୨ ଟା ବାଇକ ଜବତ କରାଯାଇଛି। ବହୁ ଦିନ ଧରି ଭଦ୍ରକରେ ଏମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିବାବେଳେ ପୋଲିସର ସ୍କାନରରେ ରହି ଆସିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନାଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ଟିମ ରାଣୀତାଲ ଅଞ୍ଚଳରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢାଉ କରି ଏହି ସଫଳତା ପାଇଛି। କିଛି ଦିନ ତଳେ ଏସଟିଏଫର ଏକ ଟିମ ଭଦ୍ରକରୁ ଏକ କିଲୋଗ୍ରାମ ରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ କରିଥିଲା। କିନ୍ତୁ ଏହି ଖବର ଜ଼ିଲ୍ଲା ପୋଲିସ ପାଖରେ ନଥିଲା। ଏସଟିଏଫର କାର୍ଯ୍ୟାନୁଷ୍ଠାନ ପରେ ଜ଼ିଲ୍ଲା ପୋଲିସ ଆଜି ତାହାର ଅଭିଯାନ ଆରମ୍ଭ କରିଥିବାର ଚର୍ଚ୍ଚା ହେଉଛିି। ବ୍ରାଉନ ସୁଗାର ହେଉ କି ଅନ୍ୟ ନିଶା ଦ୍ରବ୍ୟ, ଯେଉଁ ମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ଜ଼ିଲ୍ଲା ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସଫେଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.