Home ଅନୁଗୁଳ ୫ଶହ ଲିଟର ଡିଜେଲ ସହ ୩ ବୋଲେରୋ ଜବତ, ୬ ଗିରଫ

୫ଶହ ଲିଟର ଡିଜେଲ ସହ ୩ ବୋଲେରୋ ଜବତ, ୬ ଗିରଫ

59

ତାଳଚେର,୧୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଥାନା ଅନ୍ତର୍ଗତ ଏମ୍‌.ସି.ଏଲ ଲିଙ୍ଗରାଜ କୋଇଲାଖଣିରୁ ଅଭିନବ ଉପାୟରେ ପ୍ରତ୍ୟେକ ଦିନ ବିଳମ୍ବିତ ରାତ୍ରିରେ ହଜାର ହଜାର ଲିଟର ଡିଜେଲ ସମ୍ପୃକ୍ତ ମାଫିଆମାନେ ଚୋରି କରି ଆଣି ବାହାରକୁ ଚୋରା ଚାଲାଣ କରୁଥିବା ଘଟଣା ବିଭିନ୍ନ ମହଲରେ ଦୈନନ୍ଦିନ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗତକାଲି ଏମ୍‌.ସି.ଏଲ.ର ଘରୋଇ ସୁରକ୍ଷା ବଳ ୫ଶହ ଲିଟର ଡିଜେଲ ଜବତ କରିଥିବା ବେଳେ ଚୋରା କାର୍ଯ୍ୟରେ ବ୍ୟବହୃତ ୩ଟି ବୋଲେରୋକୁ ଜବତ କରି ତାଳଚେର ଥାନା ପୋଲିସକୁ ହସ୍ତାନ୍ତର କରିଛି । ଘଟଣାରୁ ପ୍ରକାଶ ଯେ, ଲିଙ୍ଗରାଜ କୋଇଲାଖଣିରେ କାର୍ଯ୍ୟରତ ବିଭିନ୍ନ ଡିଜେଲ ଚାଳିତ ଗାଡ଼ିଗୁଡ଼ିକରୁ ଯୋଜନାବଦ୍ଧ ଭାବେ ମାଫିଆ ମାନେ ତେଲ ଚୋରି କରି ଆସୁଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ଖଣି ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ଼ମାନେ ଏହି ମାଫିଆମାନଙ୍କୁ ଘେରି ଡିଜେଲ ବୋଝେଇ ୩ଟି ବୋଲେରୋକୁ ଚତୁରତାର ସହ ନିଜ ଅଧିନକୁ ଆଣିଥିଲେ । ଉକ୍ତ ବୋଲେରୋଗୁଡ଼ିକ ମଧ୍ୟରେ ୨୬ଟି ଜାରକିନ୍ ରେ ଥିବା ୫ଶହରୁ ଉର୍ଦ୍ଧ୍ୱ ଲିଟର ଡିଜେଲ ଜବତ କରିବାସହ ସମ୍ପୃକ୍ତ ଅଭିଯୁକ୍ତ ଆଦିତ୍ୟ ବେହେରା(୩୫),ସର୍ବେଶ୍ୱର ସାହୁ(୪୨),ଜିତେନ୍ଦ୍ର ସାହୁ(୩୧),ଶିଶିର ମାଝୀ(୨୮), ରଞ୍ଜନ ସାହୁ(୩୬),ପିଙ୍କୁ ରାଉତ(୧୯)ଙ୍କୁ ଧରି ତାଳଚେର ସଦର ଥାନାକୁ ହସ୍ତାନ୍ତର କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି । ଲିଙ୍ଗରାଜ କ୍ଷେତ୍ରର ପ୍ରକଳ୍ପ ଅଧିକାରୀ ଅଜୟ କୁମାର ଦେହୁରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.