Home ଅନୁଗୁଳ ଟ୍ରକ ଧକ୍କାରେ ଥର୍ମାଲ ଡିଏଭି ହାଇସ୍କୁଲ ଶିକ୍ଷକଙ୍କ ପରଲୋକ

ଟ୍ରକ ଧକ୍କାରେ ଥର୍ମାଲ ଡିଏଭି ହାଇସ୍କୁଲ ଶିକ୍ଷକଙ୍କ ପରଲୋକ

61

ତାଳଚେର,୧୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଡିଏଭି ହାଇସ୍କୁଲର ଶାରୀରିକ ପ୍ରଶିକ୍ଷକ ତଥା କ୍ରୀଡ଼ା ଶିକ୍ଷକ ଜଗନ୍ନାଥ ଦାସଙ୍କ ଟ୍ରକ ଧକ୍କାରେ ପରଲୋକ ଘଟିଛି । ସୂଚନାରୁ ପ୍ରକାଶ, ଶ୍ରୀ ଦାସ ନିଜ ବାଇକ ଯୋଗେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗଉଡ଼କାଟେଣୀ ନିକଟ ରାସ୍ତାରେ ଆସୁଥିବା ବେଳେ ଏକ ଟ୍ରକ(ଓଡି-୧୯-ଏଲ-୦୨୭୭)ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ଜଣା ପଡ଼ିବାପରେ ତାଳଚେର ଥର୍ମାଲ ଡିଏଭି ହାଇସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଶୋକର ଛାୟା ଖେଳି ଯାଇଛି । ପ୍ରକାଶ ଥାଉକି, ଶ୍ରୀ ଦାସ ଦୀର୍ଘ ସମୟ ଧରି ଜଣେ ସୁନାମଧନ୍ୟ କ୍ରୀଡ଼ା ଶିକ୍ଷକ ତଥା ପ୍ରଶିକ୍ଷକ ଭାବେ ବେଶ ଲୋକପ୍ରିୟ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.