Home ଅନୁଗୁଳ ଅନୁଗୋଳ ଜିଲ୍ଲାପାଳଙ୍କ ତାଳଚେର ଗସ୍ତ

ଅନୁଗୋଳ ଜିଲ୍ଲାପାଳଙ୍କ ତାଳଚେର ଗସ୍ତ

130

ତାଳଚେର,୧୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ପୂର୍ବାହ୍ନରେ ତାଳଚେର ଗସ୍ତ କରି ତାଳଚେର ବ୍ଲକ,ତହସିଲ୍‌,ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ, ପୌରପାଳିକା ଓ କୋଲିୟରୀ ଥାନାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବ୍ଲକ କାର୍ଯ୍ୟାଳୟଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସମୀକ୍ଷା କରିବା ସହ ପାନୀୟ ଜଳ,କୋରୋନା ମହାମାରୀ ଓ ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ପଂଚାୟତରେ କଲ୍ୟାଣମଣ୍ଡପ, ପାର୍କ,ବଡ ପୋଖରୀ ଓ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ,ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବିଡିଓ ନେତ୍ରାନନ୍ଦ ମଲ୍ଲିକ,ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ତହସିଲ କାର୍ଯ୍ୟାଳୟରେ ମାନ୍ୟବର ସାଂସଦ ଓ ବିଧାୟକଙ୍କ ନଥିପତ୍ର,ରେଜିଷ୍ଟର ଓ କ୍ୟାସବୁକର ତନଖି କରିଥିଲେ । ସ୍ଥାନୀୟ ତହସିଲଦାର ଗୌରୀ ନାଏକଙ୍କ ଠାରୁ ଜିଲ୍ଲାପାଳ ତହସିଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ମିଶନ ଶକ୍ତି,ମମତା ଯୋଜନାର ସମୀକ୍ଷା କରିବା ସହ ମା ଓ ଶିଶୁମାନଙ୍କର ବିଶେଷ ଯତ୍ନ ନେବାପାଇଁ ସିଡିପିଓ ଲୀଳାବତୀ ନାଗଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଏହାସହିତ ପୌରପାଳିକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ତାଳଚେରର ଉନ୍ନତି ପାଇଁ ଆଉ କଣ ସବୁ କରା ଯାଇପାରିବ,ସେ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ଜିଲ୍ଲାପାଳ ପଚାରି ବୁଝିଥିଲେ । ତାଳଚେର ପାଇଁ ଏକ ସ୍ୱତନ୍ତ୍ର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୌର ନିର୍ବାହୀ ଅଧିକାରିଣୀ ଅତସି ପରିଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ କୋଲିୟରୀ ଥାନାର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ସେ ଅନୁଗୋଳ ପ୍ରତ୍ୟାବର୍ତନ କରିଥିଲେ । ଏହି ସମୀକ୍ଷା ସମୟରେ ଆଇଆଇସି ସବ୍ୟସାଚୀ ରାଉତ ଓ ପୋଲିସ କର୍ମଚାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.