Home ଓଡ଼ିଶା ୫ବର୍ଷ ହେଲା ଛିଣ୍ଡା ପଲିଥିନ୍ ତଳେ ବିତୁଛି ଜୀବନ

୫ବର୍ଷ ହେଲା ଛିଣ୍ଡା ପଲିଥିନ୍ ତଳେ ବିତୁଛି ଜୀବନ

48

ନୟାଗଡ/୦୪/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ଓ କେନ୍ଦ୍ର ସରକାର କାହାକୁ ମାଟିକାନ୍ଥ  ଓ ଚାଳଘରେ ରହିବାକୁ  ଦିଆଯିବନାହିଁ ବୋଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କାଘର ଓ ମୋ କୁଡିଆ ଯୋଜନା କରିଛନ୍ତି । ଏହି ଯୋଜନା କୁ ଧନୀ ଲୋକମାନେ ହାତେଇ ନେଉଥିବା ବେଳେ ଗରିବ ଯୋଗ୍ୟ ହିତାଧିକାରୀ ମାନେ ଝାଟିମାଟି କାନ୍ଥ ଓ ଛଣ୍ଡା ପଲିଥିନ୍ ତଳେ ବର୍ଷ ବର୍ଷ ଧରି ଜୀବନ ବିତାଉଛନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ କାଣ୍ଡପଡା ଗ୍ରାମପଞ୍ଚାୟତ ଖଇରାଢିପ ନୂଆସାହି ରେ   । ଖଇରାଢିପ ନୂଆସାହି ର ଶୁକାନ୍ତି ଦେଇ ନିଜ ରୋଗିଣା ସ୍ୱାମୀକୁ ସଙ୍ଗରେ ଧରି ଝାଟିମାଟି ପଲିଥିନ୍ ଆଛାଦିତ କୁଡିଆରେ ଜୀବନ ବିତାଉଛନ୍ତି । ଆବାସ ଯୋଜନା ରେ ଆବାସ ଖଣ୍ଡିଏ ପାଇବା ପାଇଁ ଗ୍ରାମପଞ୍ଚାୟତ ଠାରୁ ରଣପୁର ବ୍ଲକ ପର୍ଯ୍ୟନ୍ତ ଆବେଦନ କରି କରି ନିରାଶ ହୋଇ ରହିଛନ୍ତି ।   ଏ ସର୍ମ୍ପକେ କାଣ୍ଡପଡା ଗ୍ରାମପଞ୍ଚାୟତ  ସରପଞ୍ଚଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ଆମ୍ଭ ପଞ୍ଚାୟତର ୮ଶହରୁ ଉର୍ଦ୍ଧ ବ୍ୟକ୍ତି ଆବାସ ଯୋଜନା ପାଇଁ ଆବେଦନ କରିଥିଲେ ।

ସେ ମଧ୍ୟରୁ ୧୪୧ଜଣ ଙ୍କର ତାଲିକା ଆସିଅଛି । ସେହି ତାଲିକାରେ ଶୁକାନ୍ତି ଦେଇ ଙ୍କର ନାମ ନାହିଁ । ବିଧାୟକ ଚାହିଁଲେ ସ୍ୱତନ୍ତ୍ର ଆବାସ ଯୋଜନା ଦେଇପାରିବେ । ଏ ସର୍ମ୍ପକେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ସ୍ୱତନ୍ତ୍ର ଆବାସ ଯୋଜନା ସରକାର ବିଧାୟକ ମାନଙ୍କ ଠାରୁ ପ୍ରତ୍ୟାହାର କରିନେଇଛନ୍ତି । ସେ ଯଦି ପ୍ରକୃତ ଯୋଗ୍ୟ ହିତାଧିକାରୀ ସେ ଆବାସ ଯୋଜନାରେ ଆବାସ ପାଇବା କଥା ତାଙ୍କର ପଟ୍ଟା ପାଉତି ଠିକ୍ ନଥିବ ତେଣୁ ପାଇପାରୁନାହାନ୍ତି । କିନ୍ତୁ ଶୁକାନ୍ତି ଦେଇ କୁହନ୍ତି ସେ ରହୁଥିବା ଝାଟିମାଟି ପଲିଥିନ୍ ଟଣା ଜାଗା ତାଙ୍କ ପିତା ଙ୍କ ନାମରେ ରହିଅଛି । ଜିଲ୍ଲା ଉଚ୍ଚ କର୍ତୃପକ୍ଷ ଏଥି ପ୍ରତି ଦୃଷ୍ଟିଦେଇ ଶୁକାନ୍ତି ଙ୍କୁ ଆବାସ ଯୋଜନାରେ ଆବାସ ଖଣ୍ଡିଏ ଯୋଗାଇ ଦେବାପାଇଁ ଶୁକାନ୍ତି ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.