Home ଓଡ଼ିଶା ମିନି ଅଙ୍ଗନବାଡି  କେନ୍ଦ୍ର ଖୋଲିବାକୁ ଗ୍ରାମବାସୀ ଙ୍କ ଦାବୀ

ମିନି ଅଙ୍ଗନବାଡି  କେନ୍ଦ୍ର ଖୋଲିବାକୁ ଗ୍ରାମବାସୀ ଙ୍କ ଦାବୀ

104

ନୟାଗଡ/୦୪/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-)ରାଜ୍ୟ ଓ କେନ୍ଦ୍ର ସରକାର ଶିଶୁ ଓ ମହିଳା ମାନଙ୍କ ସୁରକ୍ଷାମ ଓ ବିକାଶ ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ଆରମ୍ଭ କରିଛନ୍ତି । ଗାଁ ଗାଁରେ  ସେଥିପାଇଁ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଅଛି । ଅନେକ ଜାଗାରେ ଦୁଇଗୋଟି ଗ୍ରାମକୁ ମିଶାଇ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ହୋଇଅଛି । କିନ୍ତୁ ଦୁଇଗ୍ରାମ ମଧ୍ୟରେ ଦୁରତ୍ୱ ଓ ଯାତାୟତ ସୁବିଧାକୁ ଦୃଷ୍ଟିକୁ ନିଆଯାଇନଥିବା ଦେଖିବାକୁ ମିଳୁଛି । ସେହିଭଳି ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଜରିପଡା ଗ୍ରାମରେ । ଜରିପଡା, ଡିମିରିବାଡି କୁ ମିଶାଇ ନେଳିପଡା ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଅଛି । ଜରିପଡା ଓ ଡିମିରିବାଡି ଗ୍ରାମରୁ ପ୍ରାୟ ୧୫ ଜଣ ପିଲାଙ୍କର ନାମ ନେଳିପଡା ଅଙ୍ଗନବାଡି କେନ୍ଦ୍ରରେ ରହିଅଛି । ଜରିପଡା ଠାରୁ ନେଳିପଡା ଗ୍ରାମର ଦୁରତ୍ୱ ୨କିଲୋମିଟରରୁ ଉର୍ଦ୍ଧ ।

ଉଭୟ ଗ୍ରାମ ମଧ୍ୟରେ ରାସ୍ତା ନାହିଁ । ଛୋଟ ଛୋଟ କୋମଳମତି ଶିଶୁମାନେ ଜଙ୍ଗଲ ଦେଇ ଅଙ୍ଗନବାଡି କେନ୍ଦ୍ରକୁ ଯାଇପାରିନଥାନ୍ତି । କାରଣ ରାସ୍ତାରେ ବାଘ, ଭାଲୁ, ଗୟଳ, ହାତୀ ଓ ହିଂସ୍ରଜନ୍ତୁ ଙ୍କ ଭୟ ରହିଅଛି । ନେଳିପଡା ଅଙ୍ଗନବାଡି କର୍ମୀ ପିଲାମାନଙ୍କ ପାଇଁ ଆସୁଥିବା ଶୁଖିଲା ଖାଦ୍ୟ କୁ ଜରିପଡା ଓ ଡିମିରିବାଡି ଆଣି ବାଣ୍ଟି ଦେଇଥାନ୍ତି । ଯାହାଫଳରେ ପିଲା ମାନଙ୍କର ପ୍ରି ସ୍କୁଲ୍ ର ଶିକ୍ଷଣ ହୋଇପାରିନଥାଏ । ଜରିପଡା ଗ୍ରାମ ସଭାପତି ଓ ମହେଶ୍ୱର ବେହେରା କୁହନ୍ତି ଯେ ଜରିପଡା ରେ ଏକ ମିନି ଅଙ୍ଗନବାଡି ଖୋଲିବା ପାଇଁ ରଣପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଙ୍କୁ ବାରମ୍ବାର ଅଭିଯୋଗ କରାଯାଇଅଛି । କିନ୍ତୁ ନେଳିପଡା ଅଙ୍ଗନବାଡି କର୍ମୀ ତାଙ୍କ କେନ୍ଦ୍ରରୁ ପିଲା କମିଯିବା ନେଇ ଅଭିଯୋଗ କରିଆସୁଛନ୍ତି । ତେଣୁ ଜରିପଡା ଗ୍ରାମରେ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲାହେଉନାହିଁ । ଏ ସର୍ମ୍ପକେ ରଣପୁର ବ୍ଲକ ସମନ୍ୱିତ ଶିଶୁ ଅଧିକାରୀ ଙ୍କ କାର‌୍ୟ୍ୟାଳୟ ସହ ଯୋଗା ଯୋଗ କରିବା ପରେ ଜଣାପଡିଛି ଯେ ଜରିପଡା ଗ୍ରାମରେ ଏକ ମିନି ଅଙ୍ଗନବାଡି ଖୋଲିବା ପାଇଁ ସରକାରଙ୍କ ନିକଟକୁ  ପ୍ରସ୍ତାବ ଦିଆଯାଇଅଛି । ପ୍ରସ୍ତାବ ଗୃହୀତ ହେଲେ ଜରିପଡା ଗ୍ରାମରେ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲାଯିବ । ଜିଲ୍ଲା ଉଚ୍ଚ ଅଧିକାରୀ ଜରିପଡା ଗ୍ରାମରେ ଶିଘ୍ର ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.