Home ଓଡ଼ିଶା ସେକ୍ସ ମଧ୍ୟ ଜୀବନ ଅଧିକାରର ଏକ ଅଂଶ, ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ଯୁବତୀଙ୍କୁ ମିଳୁ ସୁରକ୍ଷା-...

ସେକ୍ସ ମଧ୍ୟ ଜୀବନ ଅଧିକାରର ଏକ ଅଂଶ, ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ଯୁବତୀଙ୍କୁ ମିଳୁ ସୁରକ୍ଷା- ଆହ୍ଲାବାଦ ହାଇକୋର୍ଟ

203

ନୂଆ ଦିଲ୍ଲୀ ନଭେମ୍ବର, ୪ (ଓଡ଼ିଆ ପୁଅ) ସମାଜରେ ଦୁଇଜଣ ମହିଳାଙ୍କ ଲିଭ-ଇନ୍ ସମ୍ପର୍କ ଉପରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସମାଜର ନୈତିକତା କୋର୍ଟର ନିଷ୍ପତ୍ତି ଉପରେ ପ୍ରଭାବ ପକାଇପାରିବ ନାହିଁ। ସାମ୍ବିଧାନିକ ନୈତିକତା ଏବଂ ଲୋକଙ୍କ ଅଧିକାରକୁ ସୁରକ୍ଷା ଯୋଗାଇବା କୋର୍ଟର କର୍ତ୍ତବ୍ୟ। ଆବେଦନକାରୀଙ୍କୁ ସୁରକ୍ଷା ଦେବା ପାଇଁ କୋର୍ଟ ପୋଲିସ ଅଧୀକ୍ଷକ ଶ୍ୟାମଲିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ ସେମାନଙ୍କୁ କେହି ଯେପରି ହଇରାଣ କରିପାରିବେ ନାହିଁ।

ଜଷ୍ଟିସ ଶଶିକାନ୍ତ ଗୁପ୍ତା ଏବଂ ଜଷ୍ଟିସ ପଙ୍କଜ ଭାଟିଆଙ୍କ ଏକ ଡିଭିଜନ୍ ବେଞ୍ଚ ଶ୍ୟାମଲିର ତୈମୁରଶାହା ଅଞ୍ଚଳର ଜଣେ ମହିଳା ଏବଂ ବିବେକ ବିହାରର ଜଣେ ମହିଳାଙ୍କ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ କହିଥିଲେଯେ, ସେମାନେ ବୟସ୍କା ଏବଂ ଚାକିରି କରୁଛନ୍ତି। ଆହୁରି ମଧ୍ୟ, ଦୀର୍ଘ ସମୟ ଧରି ଏକ ଲିଭ – ଇନ୍ ସଂପର୍କରେ ରହୁଛନ୍ତି। ଯାହାକୁ ପରିବାର ଏବଂ ସମାଜ ବିରୋଧ କରୁଛନ୍ତି। ସେମାନଙ୍କୁ ହଇରାଣ କରାଯାଉଛି, କିନ୍ତୁ ପୋଲିସ ସୁରକ୍ଷା ମିଳୁନାହିଁ। ସେ ଯୁକ୍ତି ବାଢ଼ିଥିଲେଯେ, ବିଶ୍ୱର ଅନେକ ଦେଶ ସମେତ ସୁପ୍ରିମକୋର୍ଟ ନବତେଜ ସିଂ ଜୋହର ମାମଲାରେ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି। ଲିଭ୍ ଇନ୍ ସମ୍ପର୍କ ମଧ୍ୟ ବୈଧ ଅଟେ।

ଯୌନ ଜୀବନ ଅଧିକାରର ଏକ ଅଂଶ।

ଜଷ୍ଟିସ୍ ଶଶିକାନ୍ତ ଗୁପ୍ତା ଏବଂ ଜଷ୍ଟିସ୍ ପଙ୍କଜ ଭାଟିଆଙ୍କ ଏକ ଡିଭିଜନ୍ ବେଞ୍ଚ ଯୌନ ସମ୍ପର୍କକୁ ଜୀବନର ଅଧିକାରର ଏକ ଅଂଶ ବୋଲି କହିଥିଲେ ଏବଂ ସେମାନଙ୍କର ନିଜ ଇଚ୍ଛାରେ ଜୀବନ ବଞ୍ଚିବାର ଅଧିକାର ଅଛି ବୋଲି କହିଥିଲେ। ଯୌନ ଆଭିମୁଖ୍ୟର ଅଧିକାର ଧାରା ୨୧ ଅନୁଯାୟୀ ଅନ୍ତର୍ଭୂକ୍ତ କରାଯାଇଛି। ସାମ୍ବିଧାନିକ ଅଧିକାରର ସୁରକ୍ଷା କରିବା କୋର୍ଟର କର୍ତ୍ତବ୍ୟ ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି। ଏହା ସହ ଉଭୟଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବାକୁ କୋର୍ଟ ଶାମଲି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.