Home ଓଡ଼ିଶା ୪ ମହଲା କୋଠାରୁ ଖସି ଜୀବନ ହାରିଲେ ରଙ୍ଗମିସ୍ତ୍ରୀ

୪ ମହଲା କୋଠାରୁ ଖସି ଜୀବନ ହାରିଲେ ରଙ୍ଗମିସ୍ତ୍ରୀ

843

କୋରାପୁଟ ୧୭-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) ବେସରକାରୀ ନିର୍ମାଣ କାର୍ଯ୍ୟରେ ଶ୍ରମ ବିଭାଗ ନାନା କଟକଣା ଲଗାଇ ଆଇନକାନୁନ ଦେଖାଉଥିବାବେଳେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଧୀନ ପୁଲିସ ହାଇସିଂ ବୋର୍ଡର୍ର ଦାୟିତ୍ୱ ହୀନତା ଯୋଗୁଁ ଜଣେ ରଙ୍ଗମିସ୍ତ୍ରୀ ୪ମହଲା କୋଠା ଉପରୁ ଖସିପଡି ପ୍ରାଣ ହରାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଇଣ୍ଡିଆନ୍ ରିଜର୍ଭ ପ୍ରଥମ ବାଟ୍ଟାଲିଅନରେ। ମୃତ ବ୍ୟକ୍ତି ଜଣକ ହେଲେ ସୁନାବେଡା ଚର୍ଚ କଲୋନୀର ଶତର କୂଳଦୀପ(୫୨)। ସଦର ଥାନା କଫିବୋର୍ଡ ନିକଟରେ ଥିବା ଆଇଆରବି ପ୍ରଥମ ବାଟ୍ଟାଲିୟନରେ ନିର୍ମିତ ନୂଆ କୋଠାଗୁଡିକରେ ରଙ୍ଗ ମରା ଚାଲିଛି କୋଠା ନିର୍ମାଣ, ରଙ୍ଗଦିଆ ସହ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ପୁଲିସହାଉସିଂ ବୋର୍ଡ ଦ୍ୱାରା କରା ଯାଉଛି। ତେବେ ୪ ମହଲା କୋଠାରେ ବିନା ସେଫ୍ଟି ବେଲ୍ଟରେ ଶ୍ରମିକମାନେ କିପରି କାମ କରୁଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସେଠାରେ କାମ କରୁଥିବା କୌଣସି ଶ୍ରମିକଙ୍କ ସୁରକ୍ଷା ପ୍ରତି ବିଭାଗ ଧ୍ୟାନ ଦେଉନଥିବାବେଳେ ସେଫ୍ଟି ବେଲ୍ଟ୍ କିମ୍ବା ହେଲମେଟ ଭଳି ସୁରକ୍ଷା ସାମଗ୍ରୀ ଦିଆ ଯାଉନଥିବା ଅଭିଯୋଗ ହୋଇଛି। ଜିଲା

ସଦର ମହକୁମାରେ ଏକ ସରକାରୀ ଅନୁଷ୍ଠାନ ଏଭଳି ଖାମଖିଆଲୀ ମନୋଭାବ ରଖି ଶ୍ରମିକ ମାନଙ୍କୁ ବିପଦ ଜନକ ସ୍ଥିତିରେ କାମ କରାଉଥିଲେ ମଧ୍ୟ ଶ୍ରମ ବିଭାଗ ଦୃଷ୍ଟି ନଦେବାର ଉଦ୍ଦେଶ୍ୟ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଥିବାବେଳେ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଯଂନ୍ତ୍ରୀ ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଅନ୍ୟ ପକ୍ଷରେ ସଦର ପୁଲିସଏକ ଅପମୃତ୍ୟୁ(କେଶ୍ ନଂ-୫/୨୦୧୯) ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.