Home ଅପରାଧ ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

245

ହରିଚନ୍ଦନପୁର,ତା ୩୦ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଦାଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ ଆଜି ତାଳଡିହି ଗ୍ରାମର ଚିନ୍ତାମଣି ମହାକୁଡ଼ (୫୬) ଜାମୁଦା ଛକ ନିକଟସ୍ଥ ଫୁଟବଲ୍ ପଡ଼ିଆକୁ ଖେଳ ଦେଖିବାକୁ ଯାଇଥିଲେ । ସେଠାରୁ ଖେଳ ଦେଖି ସନ୍ଧ୍ୟା ୬ଘଟିକା ସମୟରେ ଘରକୁ ଫେରୁଥିବା ବେଳେ ଜାମୁଦା ଛକ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା । ଦୁର୍ଘଟଣା ପରେ ନିକଟରେ ଥିବା ଲୋକମାନେ ଚିନ୍ତାମଣିକୁ ଗୁରୁତର ଅବସ୍ଥାରେ ଦେଖି ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଚିନ୍ତାମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ଚିନ୍ତାମଣିଙ୍କ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ମୃତ୍ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.