Home ଓଡ଼ିଶା ୪ ନକଲି ଡାକ୍ତର ଗିରଫ, ଲକ୍ଷାଧିକ ଟଙ୍କାର ଔଷଧ ଜବତ

୪ ନକଲି ଡାକ୍ତର ଗିରଫ, ଲକ୍ଷାଧିକ ଟଙ୍କାର ଔଷଧ ଜବତ

70

ମାଲକାନଗିରି,୨୮ ।୬ (ଓଡିଆ ପୁଅ ) ଗାଁ ଗହଳରେ ନିଜକୁ ଡାକ୍ତର ପରିଚୟ ଦେଇ ନିରିହ ସରଳ ଆଦିବାସୀ ରୋଗିଙ୍କୁ ଠକୁଥିବା ଅଭିଯୋଗରେ ମାଲକାନଗରି ଥାନା ପୁଲିସ ୪ଜଣ କ୍ୱାକଙ୍କୁ ଗିରଫକରିଛନ୍ତି । କେରୋନା ମହାମାରି ସମୟରେ ଗ୍ରାମର ଲୋକମାନେ ବାହରକୁ ଯାଉନଥିବା ବେଳେ ଏହାର ସୁଯୋଗ ଉଠାଉଛନ୍ତି କିଛି କ୍ୱାକ ନିଜକୁ ଡାକ୍ତର ପରିଚୟ ଦେଇ ନିରିହ ଆଦିବାସୀ ଲୋକମାନଙ୍କୁ ଠକିଚାଲିଛନ୍ତି । ଏ ଖବର ପୁଲିସ ଜାଣିବାପରେ ଏସ.ପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗରି ଥାନା ଆଇଆଇସି ରାମପ୍ରସାଦ ନାଗ ଓ ଅନ୍ୟାନ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କାର୍ଡ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉକରି ଚାରି ଜଣ ନକଲି ଡାକ୍ତରଙ୍କୁ ଗିରଫ କରିବାରେ ସଫଳତା ପାଇଛନ୍ତି । ଗିରଫ ନକଲି ଡାକ୍ତର ଚାରିଜଣ ହେଲେ ଏମଭି୩୧ ଗ୍ରାମର ରଜିଂତ ମାଲି,ଏମଭି୩୨ ଗ୍ରାମର ମନତୋଶ ପାଣ୍ଡେ,ଏମଭି୪୭ ଗ୍ରାମର ଅନିମେଶ ବାଲା,ପିଟାକଟା ଗ୍ରାମର ମହିରି ବିଶ୍ୱାସ . ଏହି ଚାରିଜଣ କ୍ୱାକ ନିଜକୁ ଡାକ୍ତର କହି ବିଭିନ୍ନ ଗ୍ରାମକୁ ଯାଇ ରୋଗିଙ୍କର ଚିକିତ୍ସା ଚଳାଇ ଲୋକଙ୍କୁ ଠକୁଥିଲେ । ସେମାନଙ୍କ ନିକଟରେ କୌଣସି ଡାକ୍ତରି,ଫାରମାସିଷ୍ଟ ପାସ ସାର୍ଟିଫିକେଟ ନଥିବା ବେଳେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ବିଭିନ୍ନ ଗ୍ରାମରେ ରୋଗି ଙ୍କୁ ଚିକିତ୍ସା କରି ଟଙ୍କା ରୋଜଗାର କରୁଥିବାରହ ଜଣାପଡିଛି । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକାର ର ଔଷଧ ପୁଲିସ ଜବତ କରିଛି । ମାସକ ମଧ୍ୟରେ ମାଲକାନଗରି ଜିଲ୍ଲାର ବିଭିନ୍ନ ଥାନା ଅ୍‌ଚଂଳରୁ ପ୍ରାୟ ୧୨ ଜଣରୁ ଉର୍ଦ୍ଦ ନକଲି ଡାକ୍ତର(କ୍ୱାକ) ଙ୍କୁ ପୁଲିସ ଗିରଫ କରିସାରିଲାଣି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.