Home ଓଡ଼ିଶା ବିବାଦୀୟ ଜିଲ୍ଲାପାଳ ଙ୍କ ବଦଳୀରେ କଂଗ୍ରେସ ବାଣଫୁଟାଇ ମିଠା ବାଟିଂ ଖୁସି ମନାଇଲେ

ବିବାଦୀୟ ଜିଲ୍ଲାପାଳ ଙ୍କ ବଦଳୀରେ କଂଗ୍ରେସ ବାଣଫୁଟାଇ ମିଠା ବାଟିଂ ଖୁସି ମନାଇଲେ

76

ମାଲକାନଗିରି,୨୮ ।୬ (ଓଡିଆ ପୁଅ ) ମାଲକାନଗିରି ବିବାଦୀୟ ଜିଲ୍ଲାପାଳ ଡ.ୟେଦୁଲା ବୀଜୟଙ୍କ ବଦଳି ନିର୍ଦ୍ଦେଶ ହେବାର ଖବର ପାଇ ଜିଲ୍ଲାକଂଗ୍ରେସ ଦଳପକ୍ଷରୁ ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଣଫୁଟାଇ ମିଠାବାଟିଂ ଖୁସି ମନାଇଛନ୍ତି । ଟେଣ୍ଡେର ଫିକ୍ସିଂ ଖଣି ଦୁର୍ନିତି ମାମଲାରେ ଜଡିତ ଥିବା ଜିଲ୍ଲାପାଳଙ୍କୁ ବଦଳି କରିବା ପରିର୍ତେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ଦରକାର ବୋଲି କଂଗ୍ରେସ ଦଳ ଦାବିକରିଛି । ଆଜି ସକାଳେ ଜିଲ୍ଲାକଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର, ସାଧରଣ ସଂପାଦକ ରାମପଟନାୟକ, କଂଗ୍ରେସ ନେତା ଜି.ଶ୍ରିନାବାସ ରାଓ,ପ୍ରଭାକରପାଳ,ପର୍ଶୁରାମ ଭକ୍ତ,ପେଣ୍ଡ୍ରାପଣ୍ଡା,ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍‌ମି ପ୍ରୀୟା ନାୟକ,ମହିଳା କଂଗ୍ରେସ ସଭାନେତ୍ରୀ କମଳା ବରାଳ ପ୍ରମୁଖ ଶତା ଧିକ କଂଗ୍ରେସ ନେତା ଓ କର୍ମୀ ମାନେ ଜିଲ୍ଲାକଂଗ୍ରେସ ଭବନଠାରୁ ଏକ ସୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବାଣଫୁଟାଇ ରାସ୍ତାରେ ଯାଉଥିବା ପଥଚାରି ଙ୍କୁ ଓ ନିଜ ନିଜ ମଧ୍ୟରେ ମିଷ୍ଟାନ ବଟଂନ କରି ଖୁସି ମନାଇଛନ୍ତି । ଶ୍ରୀ ବୀଜୟଙ୍କ ନାମରେ ଟେଣ୍ଡର ଫିକ୍ସିଂ ଓ ଖଣିଦୁର୍ନିତୀ ସହିତ ଅନ୍ୟାନ ଦୁର୍ନିତି ର ଅଭିଯୋଗ ପିସିସି କାର୍ଯ୍ୟକାରି ସଭାପତି ତଥା ପୁର୍ବତନ ସାଂସଦ ପ୍ରଦୀପ ମାଝୀ ଓ କଂଗ୍ରସଦଳ ପକ୍ଷରୁ ଅଣାଯାଇ ଏହାର ଉଚତର ତଦନ୍ତ ରାଜ୍ୟସରକରାଙ୍କ ନିକଟରେ ଦାବି କରିଥିଲେ । ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାନଗଲେ ଆସନ୍ତା ୪ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲାପକା ଯିବା ସହିତ ଜିଲ୍ଲାବନ୍ଦ ଡାକରା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଥିଲା । ଶେଷରେ ରାଜ୍ୟସରକାର ନାନା ବିବାଦ ଘେରରେ ଥିବା ମାଲକାନଗିରି ଜିଲ୍ଲାପାଳ ଡ.ୟେଦୁଲା ବୀଜୟଙ୍କୁ ରାଜ୍ୟସରକାର ପଶୁପାଳନ ବିଭାଗ ନିର୍ଦ୍ଦେଶକ ଭାବେ ବଦଳି କରିଦେଇଥିବା ବେଳେ ତାଙ୍କ ସ୍ଥାନରେ ଯାଜପୁର ଜିଲ୍ଲା ପିଡି ଡିଆରଡିଏ ବିଶାଲ ସିଂ ଙ୍କୁ ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.