Home ଜିଲ୍ଲା ପରିକ୍ରମା ୪ ଦଫା ଦାବି ନେଇ ଅଲ୍ ଓଡ଼ିଶା ମିଟର ରିଡର୍ସ ଆସୋସିଏସନ୍‌ର ବିଶେଷ ଅଧିବେଶନ, ଦାବି...

୪ ଦଫା ଦାବି ନେଇ ଅଲ୍ ଓଡ଼ିଶା ମିଟର ରିଡର୍ସ ଆସୋସିଏସନ୍‌ର ବିଶେଷ ଅଧିବେଶନ, ଦାବି ପୂରଣ ନହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ

18

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅଲ୍ ଓଡ଼ିଶା ମିଟର ରିଡର୍ସ ଆସୋସିଏସନ୍ ପକ୍ଷରୁ ୪ ଦଫା ଦାବି ନେଇ ଏକ ସାଧାରଣ ସଭା ଭଦ୍ରକ ବାଇପାସସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ସ୍ଥାୟୀ ସଭାପତି ସୁରେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ମିଟର ରିଡର ଓ ବିଲ୍ କଲେକ୍ଟରମାନଙ୍କୁ ଓଡ଼ିଶା ଶ୍ରମ ବିଭାଗ ଦ୍ୱାରା ସ୍ଥିରୀକୃତ ୨୦୦୭ ଗେଜେଟ୍ ନୋଟିଫିକେଶନ ଅନୁଯାୟୀ କୁଶଳୀ ଶ୍ରମିକ ହିସାବରେ ସର୍ବନିମ୍ନ ମଜୁରୀ ତୁରନ୍ତ ପ୍ରଦାନ କରିବା ସହ ସେହିଦିନ ଠାରୁ ବକେୟା ମଜୁରୀ ପ୍ରଦାନ କରିବା, ବିଦ୍ୟୁତ୍ ବିଭାଗରେ ସ୍ଥାୟୀ କାର୍ଯ୍ୟରେ ଠିକା ଶ୍ରମିକ ଭାବେ ବହୁବର୍ଷରୁ କାର୍ଯ୍ୟ କରିଆସୁଥିବାବେଳେ ସେମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ସେମାନଙ୍କୁ ପ୍ରତିମାସର ପ୍ଲେ ସିପ୍ ତୁରନ୍ତ ପ୍ରଦାନ କରିବା ଏବଂ ସଠିକ୍ ଇନସେଟିଭ୍ ପ୍ରଦାନ କରିବା ଭଳି ଦାବି ସଂପର୍କରେ ଆଲୋଚନା କରିଥିଲେ । ଏହି ସଭାରେ ଓଡ଼ିଶା ପାୱାର ସେକ୍ଟର ଟେକ୍‌ନିକାଲ ଏମ୍ପେ୍ଲାଇଜ୍ ୟୁନିୟନର ସାଧାରଣ ସଂପାଦକ ପ୍ରଭାତ କୁମାର ଦାସ, ସଂଘର ସାଧାରଣ ସଂପାଦକ ତପନ କୁମାର ଅଗସ୍ତି ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିବା ସହ ଦାବିଗୁଡିକ ତୁରନ୍ତ ପୂରଣ କରିବା ନେଇ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସଭ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ବିଶେଷକରି ଟିପିଏନ୍‌ଓଡିଏଲ୍ କର୍ମଚାରୀମାନଙ୍କର ଠିକା କର୍ମଚାରୀମାନଙ୍କ ଉପରେ ଅମାନବୀୟ ଓ ଅକଥନୀୟ ଅତ୍ୟାଚାର ଶୋଷଣ, ସେମାନଙ୍କ ଦ୍ୱାରା ନିଯୁକ୍ତ ଠିକାଦାରମାନେ ଏହି କର୍ମଚାରୀମାନଙ୍କୁ ଆର୍ଥିକ, ଶାରୀରିକ ଓ ମାନସିକ ସ୍ତରରେ ଦେଉଥିବା ନିର୍ଯ୍ୟାତନାକୁ ଏହି ସଭାରେ ଦୃଢ ନିନ୍ଦା କରାଯିବା ସହ ତାହା ରୋକିବା ନେଇ ଚେତାବନୀ ଦିଆଯାଇଥିଲା । ଏହି ଦାବିଗୁଡିକ ପୂରଣ ନହେଲେ ସଂଘ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ତୀବ୍ର କରିବ ବୋଲି ବକ୍ତାମାନେ କହିଥିଲେ । ଭଦ୍ରକ ନର୍ଥ ଓ ସାଉଥ୍ ଇଲେକ୍ଟ୍ରିକାଲ ଡିଭିଜନ ଅଧୀନରେ କାର୍ଯ୍ୟରତ ମିଟର ରିଡର ଓ ବିଲ୍ କଲେକ୍ଟର କର୍ମଚାରୀମାନଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଗୌତମ ବାରିକ, ସୁମନ ବଲ୍ଲଭ ମହାପାତ୍ର, ଆଶଷି ପଢିଆରୀ, ଅବଦୁଲ ରହିମ୍ ଖାନ, ରଂଜିତ ପତି, ମାୟାଧର ନାୟକ, ରମାକାନ୍ତ ପରିଡା, ଗଜେନ୍ଦ୍ର ଜେନା, ଅରବିନ୍ଦ ଦାସ, ବିଶ୍ୱନାଥ ମିଶ୍ର, ଚନ୍ଦ୍ରଶେଖର ଦାସ, ସୁଶାନ୍ତ ସନ୍ଧିବିଗ୍ରହ, ଦୀପକ ଜେନା, ଶିବପ୍ରସାଦ ମହାଳିକ, ଜିତେନ୍ଦ୍ର ପୁହାଣ, ଗଂଗାଧର ବଳ, ଲକ୍ଷ୍ମଣ ରାଉତ, ଲମ୍ବୋଦର ପଣ୍ଡା, ବଂଶୀଧର ସେଠୀ, ମୃତ୍ୟୁଞ୍ଜୟ ମହାରଣା, ବିଜୟ ବେହେରା, ସୌଭାଗ୍ୟ ନାୟକ, ଜକେଶ ଦାସ, ଧର୍ମେନ୍ଦ୍ର ନାୟକ, ବସନ୍ତ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ୫୦ ରୁ ଉର୍ଦ୍ଧ୍ୱ ଠିକା କର୍ମଚାରୀ ସଂଘରେ ନୂତନ ଭାବେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.