Home ଜିଲ୍ଲା ପରିକ୍ରମା ଆର୍‌.ଡ଼ି.ସି.ଙ୍କ ଭଦ୍ରକ ଜିଲ୍ଲାଗସ୍ତ, ସମୀକ୍ଷା କଲେ ବିଭିନ୍ନ ବିଭାଗର କାର୍ଯ୍ୟଧାରା ଓ ପ୍ରଗତି

ଆର୍‌.ଡ଼ି.ସି.ଙ୍କ ଭଦ୍ରକ ଜିଲ୍ଲାଗସ୍ତ, ସମୀକ୍ଷା କଲେ ବିଭିନ୍ନ ବିଭାଗର କାର୍ଯ୍ୟଧାରା ଓ ପ୍ରଗତି

12

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାର ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସଂପୃକ୍ତ ବିଭିନ୍ନ ବିଭାଗୀୟ କାର୍ଯ୍ୟଧାରା, ପ୍ରଗତି ଓ ସମସ୍ୟା ସମ୍ବନ୍ଧରେ ଜିଲ୍ଲା କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଶନିବାର ସନ୍ଧ୍ୟାରେ ଆର୍‌.ଡି.ସି.ଙ୍କ ଦ୍ୱାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାଞ୍ଚଳ ଆର୍‌.ଡି.ସି. ସୁରେଶ ଚନ୍ଦ୍ର ଦଳାଇ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଏହି ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର କାର୍ଯ୍ୟ ଓ ସଫଳତା ସମ୍ବନ୍ଧରେ ଟିକିନିଖି ସମୀକ୍ଷା କରିଥିଲେ । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ୍‌ବୈଠକରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲେକ୍ଟର ମନୋରମା ଜାଲି, କାର୍ତ୍ତିକ ନାଥ ମଣ୍ଡଳ, ରାଜୀବ ହାଂସଦା, ସାଗରିକା ସାହୁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ସମୀକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ କି ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଉପବିଭାଗ ଓ ଜିଲ୍ଲାସ୍ତରୀୟ ସମସ୍ତ ଅନୁଭାଗ ମିଶାଇ ସମୁଦାୟ ୨୯ଟି ବିଭାଗର କାର୍ଯ୍ୟାବଳୀ କୁ ଆର୍‌.ଡି.ସି. ସମୀକ୍ଷା କରିଥିଲେ ।

ମିଶନ ଶକ୍ତି ଯୋଜନାରେ ମହିଳା ମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଭଦ୍ରକ ଜିଲ୍ଲା ରାଜ୍ୟରେ ୩ ନମ୍ବର ସ୍ଥାନରେ ଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ । ଜିଲ୍ଲାରେ ନିର୍ମିତ ମିଶନ୍ ଶକ୍ତି ଭବନ, ମିଶନ ଶକ୍ତି ଗୃହ, ମିଶନ ଶକ୍ତି କାଫେ ଓ ସେଗୁଡ଼ିକର ବ୍ୟବହାର, କାଫେରେ ବ୍ୟବସାୟ ଓ ଲାଭ, ମିଶନ ଶକ୍ତି ଦ୍ୱାରା ଉତ୍ପାଦିତ ଦ୍ରବ୍ୟ, ବଜାର ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝିଥିଲେ । ରାଜସ୍ୱ ବିଭାଗରେ ବିଭିନ୍ନ କାର୍ଯ୍ୟ ଓ ମାମଲା ସଠିକ୍ ସମୟରେ ସମ୍ପାଦିତ ହେଉଥିବା ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ । ଆର.ଟି.ଓ. ଓ ଅବକାରୀ ବିଭାଗର ରାଜସ୍ୱ ଆଦାୟ ନେଇ ଧାର୍ଯ୍ୟଲକ୍ଷ୍ୟ ପୂରଣ ସହିତ ଅଧିକ ୧୦% ପାଇଁ ଆର.ଡି.ସି. ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ସେହିପରି ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ଭତ୍ତା, ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ ସଠିକ ଢଙ୍ଗରେ ପରିଚାଳନା କରାଯାଉଥିବା ସମୀକ୍ଷା କରିଥିଲେ । ବିଶେଷ କରି ବିଭିନ୍ନ ପ୍ରକଳ୍ପ, ସରକାରୀ କୋଠାବାଡ଼ି ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଜିଲ୍ଲାପରିଷଦ କାର୍ଯ୍ୟାଳୟର ବିଭିନ୍ନ ପ୍ରକଳ୍ପ ନିର୍ମାଣ ବାବଦ ବ୍ୟୟ ତାଲିକାର ତଦାରଖ ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ସହିତ ଅନ୍ୟ ସମୟରେ ସ୍ୱତନ୍ତ୍ର ଭାବେ କେବଳ ସେହି କାର୍ଯ୍ୟାଳୟର କାର୍ଯ୍ୟାବଳୀକୁ ଆର.ଡି.ସି. ସମୀକ୍ଷା କରିବେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ସ୍ତରୀୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆର.ଡି.ସି.ଙ୍କ ଆବଶ୍ୟକ ମତେ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.