Home ଜିଲ୍ଲା ପରିକ୍ରମା ୪୫୬ ଜଣଙ୍କୁ ଛୁଇଁଲା କରୋନା ଆକ୍ରାନ୍ତ ଚିହ୍ନଟ, ୨ଦୋକାନ ସିଲ୍‌, ୨୦ହଜାର ଜରିମାନା ଆଦାୟ

୪୫୬ ଜଣଙ୍କୁ ଛୁଇଁଲା କରୋନା ଆକ୍ରାନ୍ତ ଚିହ୍ନଟ, ୨ଦୋକାନ ସିଲ୍‌, ୨୦ହଜାର ଜରିମାନା ଆଦାୟ

96

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଧାମନଗର ବ୍ଲକରେ ବିଭିନ୍ନ ପଂଚାୟତରୁ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଧାମନଗର ବିଜ୍ଞାପତି ଅଂଚଳରୁ ୩, ରାଧାବଲ୍ଲଭପୁର ପଂଚାୟତରୁ ୬ ଓ କଟସାହି ପଂଚାୟତରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତକୁ ଲଗାଇ ବ୍ଲକର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୬କୁ ଛୁଇଁଛି ଓ ସେଥିମଧ୍ୟରୁ ୧୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ କରୋନା ସଂକ୍ରମଣ ବୃଦ୍ଧିଯୋଗୁ ସରକାର ସଟ୍‌ଡ଼ାଉନ୍ ଘୋଷଣା କରୁଥିବାବେଳେ ଜନସାଧାରଣ ଓ ବ୍ୟବସାୟୀ ମାନେ ଅଧିକାଂଶ ସ୍ଥାନରେ କଟକଣାକୁ ମାନୁ ନାହାଁନ୍ତି । ଆଜି ଧାମନଗର ବିଜ୍ଞାପିତ ଅଂଚଳର ହାଜି ସୁ ସେଣ୍ଟର ଓ ବଜାର ସାହିରେ ଏକ ଲୁଗାଦୋକାନ କୋଭିଡ଼ କଟକଣା ଆଇନ୍‌କୁ ଉଲଙ୍ଘନକରି ବେପାର କରୁଥିବାବେଳେ ଖବର ପାଇ ଧାମନଗର ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର ଓ ଥାନା ଅଧିକାରୀ ରତିକାନ୍ତ ଗିରି ଉକ୍ତ ଦୋକାନ ଉପରେ ଚଢାଉ କରିବା ସହିତ ଦୋକାନ ସିଜ୍ କରିଥିବାବେଳେ ଜରିମାନା ସ୍ୱରୁପ ୧୦ହଜାର ଟଙ୍କା ଲେଖାଏଁ ଆଦାୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.