Home ଜିଲ୍ଲା ପରିକ୍ରମା ଦାଦନ ଯାତନା, ଶବାଗାରରେ ପଡ଼ି ରହିଛି ମୃତଦେହ, ପରିବାରବର୍ଗ ଶୁଦ୍ଧି କ୍ରିୟାରୁ ବଞ୍ଚିତ

ଦାଦନ ଯାତନା, ଶବାଗାରରେ ପଡ଼ି ରହିଛି ମୃତଦେହ, ପରିବାରବର୍ଗ ଶୁଦ୍ଧି କ୍ରିୟାରୁ ବଞ୍ଚିତ

92

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଉଚ୍ଚ ବେତନ ପ୍ରଲୋଭନ ପାଇ ୧୫ ମାସ ପୂର୍ବେ ହରିୟାଣା ଯାଇଥିଲେ । କିନ୍ତୁ ଗତ ୯ ତାରିଖ ସେଠାରେ ତାଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । ତାଙ୍କୁ ନେଇଥିବା ବ୍ୟକ୍ତିଜଣକ ଇତିମଧ୍ୟରେ କରୋନା ଭୟାବହତାକୁ ନଜରରେ ରଖି ପରିବାର ସହ ଉଡ଼ାଜାହାଜ ଯୋଗେ ଘରକୁ ଫେରି ଆସିଛନ୍ତି । ସେଠାରେ ମୃତ ଦେହ ଚିହ୍ନଟ ହୋଇନଥିବାରୁ ପୁଲିସ ଶବକୁ ଶବାଗାରରେ ରଖି ପରିବାର ଲୋକଙ୍କୁ ଅପେକ୍ଷା କରିଛି ବ୍ୟବଛେଦ ପାଇଁ । କିନ୍ତୁ ଆର୍ଥୀକ ପରିସ୍ଥିତି ଦୁର୍ବଳ ଥିବାରୁ ପରିବାର ଲୋକେ ସେଠାରେ ପହଞ୍ଚି ପାରୁ ନାହାନ୍ତି । ଏପରିସ୍ଥଳରେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପରିବାରବର୍ଗ ଶୁଦ୍ଧିକ୍ରିୟାରୁ ବଞ୍ଚିତ ହୋଇଛନ୍ତି । ତେଣୁ ତିହିଡ଼ି ବାଂଶବାଗ ଗ୍ରାମର ଜୟନ୍ତୀ ମଲ୍ଲିକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ପୁଲିସ ପ୍ରଶାସନର ସାହାଯ୍ୟ ଲୋଡ଼ିଛନ୍ତି । ଜୟନ୍ତୀ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଗାଁ ନିକଟସ୍ଥ ବରୁଣାଇ ଗ୍ରାମର ନାରାୟଣ ରାଉଳ ତାଙ୍କ ସ୍ୱାମୀ ସୁଦର୍ଶନ ମଲ୍ଲିକଙ୍କୁ ନିଜ କମ୍ପାନୀରେ କାମ ଦେବା ପାିଁ କହି ସାଙ୍ଗରେ ହରିୟାଣା ନେଇ ଯାିଥିଲେ । ମାସକୁ ୩୦ ହଜାର ଯଙ୍କା ବେତନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଇନ୍ତୁ ୧୫ ମାସ ଧରି ନାରାୟଣ ତାଙ୍କ ସ୍ୱାମୀଙ୍କୁ ଠିକ ଭାବରେ ପଇସା ପତ୍ର ଦେଉନଥିଲେ । ସମସ୍ତ ବକେୟା ଏକା ସାଙ୍ଗରେ ଦିଆଯିବ ବୋଲି କହୁଥିଲେ ।

ଏପରିକି ସୁଦର୍ଶନଙ୍କୁ ଘରକୁ ଆସିବାକୁ ଦେଉନଥିଲେ । ଆସିବାକୁ ଉଦ୍ରମ କଲେ ନାରାୟଣ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ । କରୋନାର ଦ୍ୱିତୀୟ ଲହର ଆସବି ପରେ ନାରାୟଣ ନିଜ ପରିବାର ସହ ଉଡ଼ାଜାହାଜ ଯୋଗେ ଘରକୁ ପରିବାର ସହ ଫେରି ଆସିଥିଲେ ମଧ୍ୟ ସୁଦର୍ଶନଙ୍କୁ ଆସବିାର ବ୍ୟବସ୍ଥା କରିନଥିଲେ । ତେବେ ଗତ ୯ ତାରିଖରେ ସୁଦର୍ଶନଙ୍କ ମୃତ୍ୟୁ ହୋଇ ଯାିଛି ବୋଲି ପରିବାର ବର୍ଗ ଜାଣିବାକୁ ପାଇଥିଲେ । ଇତିମଧ୍ୟରେ ନାରାୟଣ ତାଙ୍କ ଘରକୁ ଆସି ବିଭିନ୍ନ ପ୍ରଲୋଭାନ ଦେଖାଇ ଥାନାରେ ଅଭିଯୋଗ ନକରିବାକୁ କହୁଛନ୍ତି । ତେବେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ସ୍ତ୍ରୀ ଜୟନ୍ତୀ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ । ନାରାୟଣ ପୁଲିସ ସମ୍ମୁଖରେ ଉପସ୍ଥିତ ହୋଇ ବକେୟା ପାୁଣା ୨ଳକ୍ଷ ଯଙ୍କା ଦେଇଦେବେ ଓ ଶବକୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ ବୋଲି କହିଥିଲେ । କିନ୍ତୁ ଏହାକୁ ସେ ଫାଙ୍କି ଚାଲିଛନ୍ତି । ତିହିଡ଼ି ପୁଲିସ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏବେ ହରିୟାଣାରେ ମୃତ ସୁଦର୍ଶନଙ୍କ ଶବ ଏକ ଶବାଗାରରେ ପଡ଼ି ରହିଛି । ଚିହ୍ନଟ ହୋଇନଥିବାରୁ ଶବ ବ୍ୟବଛେଦ ହୋଇ ପାରୁନି । ପରିବାରର ଆର୍ଥୀକ ଅବସ୍ଥା ସ୍ୱଛଳ ନଥିବାରୁ ପରିବାର କୌଣସି ବ୍ୟକ୍ତି ସେଠାକୁ ଯାଇ ପାରୁ ନାହାନ୍ତି କିମ୍ବା ମୃତ ଦେହ ଚିହ୍ନଟ କରି ପାରୁ ନାହାନ୍ତି । ଫଳରେ ସେମାନେ ଶୁଦ୍ଧି କ୍ରିୟାରୁ ବଞ୍ଚିତ ହୋଇଛନ୍ତି । ଏବେ ସେମାନଙ୍କ ପାଇଁ କେବଳ ପୁଲିସ ପ୍ରଶାସନ ଭରସା ବୋଲି ଜୟନ୍ତୀ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.