Home ଜିଲ୍ଲା ପରିକ୍ରମା ଅଦିନିଆ ବର୍ଷାରେ ନୂତନ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ଥ

ଅଦିନିଆ ବର୍ଷାରେ ନୂତନ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ଥ

30

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସରକାର ରାସ୍ତାଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବାବେଳେ ଅଧିକାଂଶ ସ୍ଥାନରେ ରାସ୍ତା ନିର୍ମାଣ ନିମ୍ନମାନର କରି କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି । ଠିକାଦାର ମାନେ ନିମ୍ନମାନର କାମ କରି ରାତାରାତି ବଡ଼ଲୋକ ହେଉଛନ୍ତି । ହେଲେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନିକଟରେ ଦୋବଲ ସ୍ଥିତ ଗେଙ୍ଗୁଟି ନଦୀବନ୍ଧ ସୁଦୃଢି କରଣ ନିମନ୍ତେ ବନ୍ଧକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିବାବେଳେ ତାହା ଏବେ ନିର୍ମାଣର କିଛିଦିନ ପରେ ରାସ୍ତାର ବିଭିନ୍ନ ଅଂଶ ଧସିବାକୁ ଲାଗିଲାଣି । କାର୍ଯ୍ୟବେଳେ ବନ୍ଧର ଠିକ୍‌ଭାବେ କାର୍ଯ୍ୟ ନହେବା, ଭାଇବ୍ରେଟ ଆଦି ନକରି ନିମ୍ନମାନର ନାଲିମାଟି ଓ ପରେ ପିଚୁ କରାଯାଇଥିବାରୁ ଏହି ଅଦିନିଆ ବର୍ଷାରେ ଦୋବଲ ବନ୍ଧର ବିଭିନ୍ନ ସ୍ଥାନରେ ଧସିଥିବାର ଦେଖିବାକୁ ମିଳିଛି ଏବଂ ତରବରିଆ ଭାବେ ଠିକାଦାର ଉକ୍ତ ପିଚୁରାସ୍ତା ଉପରେ ନାଲି ମାଟି ପକାଇ ଲୁଚାଇ ଦେଇଛନ୍ତି । ଆଗକୁ ବର୍ଷାଦିନ ଆସୁଥିବାବେଳେ ନଦୀରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବ । ମାତ୍ର ଠିକାଦାର ଉକ୍ତ ଧସିଲା ବନ୍ଧକୁ ନାଲିମାଟି ପକାଇ ପଳାଇଯାଇଥିବାରୁ ବନ୍ୟା ସମୟରେ ସେଠାରେ ବିପଦ ସଂକୁଳ ହେବବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ସେହିପରି ନୂଆକରି ଏବେ ନିର୍ମାଣ ସରିଥିବା ଧାମନଗର କଲେଜ ଠାରୁ ଦକ୍ଷିଣବାଡ଼ ଭାୟା ତାଳପଦା ପୁର୍ତ୍ତ ବିଭାଗ ରାସ୍ତାର କଲେଜ ଛକ ନିକଟରେ ଏହି ଅଦିନିଆ ବର୍ଷାରେ ବିଭିନ୍ନ ସ୍ଥାନରେ ଧସି ଯାଇଛି । ତୁରନ୍ତ ଉକ୍ତ ରାସ୍ତା ମରାମତି ନକରାଗଲେ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେବବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.