Home ଖେଳ ୪୨ତମ ସର୍ଵ ଭାରତୀୟ ବୃହତ ବନ୍ଦର କ୍ରୀଡ଼ା ଓ ୩୦ତମ ଶିଶୁ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

୪୨ତମ ସର୍ଵ ଭାରତୀୟ ବୃହତ ବନ୍ଦର କ୍ରୀଡ଼ା ଓ ୩୦ତମ ଶିଶୁ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

123

ଜଗତସିଂହପୁର – ୧୭/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) – ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ୪୨ତମ ସର୍ଵ ଭାରତୀୟ ବୃହତ ବନ୍ଦର କ୍ରୀଡ଼ା ଓ ୩୦ତମ ଶିଶୁ କ୍ରୀଡ଼ା ପ୍ରତିଯୋଗିତା କୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ୍ ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଭାରତୀୟ ବୃହତ ବନ୍ଦର କ୍ରୀଡ଼ା ପରିଷଦ ଓ ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୃହତ କ୍ରୀଡ଼ା ପ୍ରତିଯୋଗିତାରେ ଆୟୋଜକ ପାରାଦୀପ ବନ୍ଦର ସମେତ କୋଲକାତା, ଚେନାଇ, ମୁମ୍ବାଇ, କୋଚିନ, ନିୟୁ ମଙ୍ଗାଲୋର, କାଣ୍ଡଲା, ଓ ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ ର ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ୮ଟି ବୃହତ ବନ୍ଦର କର୍ମଚାରୀ ମାନେ ଏବଂ ସେମାନଙ୍କ ପିଲାମାନେ ଦୌଡ଼ କୁଦ ସମେତ ବିଭିନ୍ନ କ୍ରୀଡ଼ା କୌଶଳ ର ପାରଦର୍ଶିତା ପ୍ରଦର୍ଶିତ କରି ପୁରସ୍କୃତ ହେବେ। ଏହି କ୍ରୀଡ଼ ମହୋତ୍ସବ କୁ ନୃତ୍ୟ ସଙ୍ଗୀତ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର‌୍ୟ୍ୟକ୍ରମ ରେ ଆରମ୍ଭ ହୋଇଛି। ଆସନ୍ତା ୧୯ ତାରିଖରେ ଏହି କ୍ରୀଡ଼ା ମହୋତ୍ସବ ଉଦଯାପିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.